ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର--- ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ମାନ୍ୟବର ରାମନାଥକୋବିନ୍ଦ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ହରିଚନ୍ଦନ ୨ଥର ବିଧାୟକ । ଜନସଂଘରୁ ନିଜର ରାଜନୈତିକ ଆରମ୍ଭ କରିଥିଲେ । ହାଇକୋର୍ଟରେ ସେ ଓକିଲାତି କରୁଥିଲେ । ୧୯୭୭ ମସିହାରେ ସେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ଏଥିପାଇଁ ଓଡିଶା ପାଇଁ ଗର୍ବ ଓ ଗୌରବ ଆସିଛି ବୋଲି ନାରିକେଳ ବିକାଶ ବୋର୍ଡର ଉପାଧ୍ୟକ୍ଷ ବିଶ୍ୱନାଥ ରଥ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି