Breaking News

ମହୁରା ଗ୍ରାମ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର କପିଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ ନିରଞ୍ଜନ ମହାରୀଙ୍କ ଅଧ୍ୟକ୍ଷତାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ ସମୟରେ ଉକ୍ତ ପଞ୍ଚାୟତର ବିଭିନ୍ନ ଦଳରୁ ପ୍ରାୟ ଶତାଧିକ କର୍ମୀ ମାନେ ବିଜେଡି ଦଳରେ ସାମିଲ ହୋଇଥିଲେ  । ଆଉ କିଛି କର୍ମୀ ରହିଯାଇଥିଲେ  । ସେମାନେ ସତ୍ୟବାଦୀ ବିଧାୟକଙ୍କର କାର୍ଯ୍ୟକଳାପ ଓ ପଞ୍ଚାୟତର ଉନ୍ନତି ପାଇଁ କଂଗ୍ରେସର ପାୟ ୩୦ ଜଣ ଆଗ ଧାଡିର କର୍ମୀ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ସରପଞ୍ଚ ଶ୍ରୀ ମହାରୀ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଦଳରେ ସାମିଲ କରିଥିବା କହିଛନ୍ତି । ଏହି ମିଶ୍ରଣ ପର୍ବ ସମୟରେ ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି

Blog Archive

Popular Posts