କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକର ପାଙ୍ଗପଡା ବିଦ୍ୟାଳୟର ଛାତ୍ର ଛାତ୍ର କେତେ ସୁରକ୍ଷିତ
କନ୍ଧମାଳ--- ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଗୋଟିଏ ପଟେ କହୁଥିବା ବେଳେ ଏହାର ଦାୟତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ କେତେଦୂର ଦାୟତ୍ୱ ବହନ କରିଛନ୍ତି ତାହା କେବଳ ରାଜ୍ୟ ବିଜେଡି ସରକାରହିଁ ଜାଣିଛନ୍ତି । ବିଶେଷ କରି ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପାଠ୍ୟ ପୁସ୍ତକ, ଦୁଇ ହଳ ପୋଷାକ, ମଧ୍ୟାହ୍ନ ଭୋଜନ ଦେଉଛନ୍ତି । ଯାହାକି ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାପନ ସଂଖ୍ୟା ବଡିବ । ମାତ୍ର ଏହାର ଦାୟତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଦାୟତ୍ୱ ଯଦି ସଠିକ ନ ତୁଳାଇବେ ତା ହେଲେ ଶିକ୍ଷା ବିଭାଗ ନିଶ୍ୁୟ ଭୁଷୁଡି ପଡିବ ବୋଲି ଅଞ୍ଚଳବାସୀ ମାନେ କହନ୍ତି । ସୁଚନାଯୋଗ୍ୟ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକର ପାଙ୍ଗାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।୧୯୭୩ ମସିହାରୁ ଏହି ବିଦ୍ୟାଳୟ ସ୍ଥାପିତ । ଏଠାରେ ୧ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏଠାରେ ୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କୁ ଶିକ୍ଷା ଦାନ କରିବା ପାଇଁ ନିଯୁକ୍ତି ପାଇଛନ୍ତି । ମାତ୍ର ଭାଗ୍ୟର ବିଡମ୍ବନା ଦିନେ ଦିନେ କେହି ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଆସନ୍ତି ନାହିଁ । ଯାହାକି ପିଲା ମାନେ ଗଛରେ ଚଡିବା ସହ ପାଖରେ ଥିବା ନାଳ ପାଣିରେ ବୁଡନ୍ତି । ସେ ଦିନ ମଧ୍ୟାହ୍ନ ଭୋଜନ ଶିକ୍ଷକଙ୍କ ପକେଟରେ । ମନ୍ତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀ ମାନେ କହୁଛନ୍ତି ଆଜିର ପିଲା କାଲିର ଭବିଷ୍୍ୟତ । ଏମାନଙ୍କୁ ଦେଖିଲେ ଜଣାପଡୁଛି ରାଜ୍ୟ ସରକାର ପ୍ରଥମିକ ଶିକ୍ଷାପ୍ରତି କିପରି ନଜର ଦେଇଛନ୍ତି ତାହା ଏହି ବିଦ୍ୟାଳୟରୁ ଜଣାପଡିବ । ଏହିପରି ବାଲିଗୁଡା ବ୍ଳକ ନୁହେଁ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ସମ୍ପର୍ଣ୍ଣ ଭୁଷୁଡି ପଡିଛି ବୋଲି ସ୍ଥାନୀୟ ବୁଦ୍ଧଜିବୀ ମାନେ କହନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିର୍ପୋଟ
କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିର୍ପୋଟ