ପଟ୍ଟନାୟିକିଆ ଟ୍ରିପଲ୍ ମଡର ଘଟଣା; ୬ ଗିରଫ , ପୁରୀ ଟାଉନଥାନାରେ ଏସପି କଲେ ପ୍ରେସମିଟ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ଏସପି ଉମାଶଙ୍କର ଦାଶ ଆଜି ରାତି ୭ଟା ସମୟରେ ପୁରୀ ଟାଉନଥାନା ପରିସରରେ ପ୍ରେସ ମିଟ କରି ଟ୍ରିପଲ ମର୍ଡର କେସରେ ଜଡିତ ୬ଜଣ ଯୁବକଙ୍କୁ ଗିରଫ କରିଥିବା କହିଛନ୍ତି । ଏହି ହତ୍ୟାକାଣ୍ଡ ଜିଲ୍ଲାରେ ବହୁ ଚର୍ଚ୍ଚିତ ହୋଇଥିଲା । ରବିବାର ଦିନ ଅପରାହ୍ନରେ ଗୋଟିଏ ପରିବାରର ୩ଜଣ ଯୁବକଙ୍କୁ ପଟ୍ଟନାୟକିଆ ଛକ ଠାରେ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଦୁବୁର୍ତ୍ତ ମାନେହାଣିକି ହତ୍ୟା କରିଥିଲେ । ଏହି ଘଟଣା ପରେ ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତରୟ ରାଜପଥ ଉତ୍ତୋଜିତ ଲୋକମାନେ ରାସ୍ତାରୋକ ସହିତ ପୋଡାଜଳା କରିଥିଲେ । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ନେତ୍ୱତୃରେ ସ୍ୱତନ୍ତ୍ର ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଯାଗାରେ ଚଡାଉ କରି ୬ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳତା ପାଇଛି । ମୃତକଙ୍କ ଘର ସଦାନନ୍ଦପୁର ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ଘର ସବୁ ସଦାନନ୍ଦପୁର ବୋଲି ଜଣାପଡିଛି । ମୃତକଙ୍କ ପରିବାର ପକ୍ଷରୁ ୧୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଭିକାରୀ ବେହେରା, ହରିହର ବେହେରା, ମନୁଆ ବେହେରା, ସହଦେବ ବେହେରା, ସୁବଳ ବେହେରା ଓ ଶଙ୍କର ବେହେରାଙ୍କୁ ଗିରଫ କରିଥିବା ଜଣାପଡିଛି । ଏହି ୬ଜଣଙ୍କୁ ପୋଲିସ ବୁଧବାର ଦିନ କୋର୍ଟକୁ ପଠାଯିବ ବୋଲି ଏସପି ଶ୍ରୀ ଦାଶ କହିଛନ୍ତି । ଅନ୍ୟ ୭ଜଣ ଅଭିଯୁକ୍ତ ମାନଙ୍କୁ ବହୁଶିଘ୍ର ଗିରଫ କରିବା ପାଇଁ ଚଡାଉ ଜାରି ରହିଥିବା ପ୍ରେସମିଟରେ ଏସପି ଶ୍ରୀ ଦାଶ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି