ନୟାଗଡ ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ
ନୟାଗଡ଼----- ନୟାଗଡ଼ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ । ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ନେତ୍ରୋତ୍ସବ ପାଳିତ ହୋଇଯାଇଛି । ଆସନ୍ତା କାଲି ରଥଯାତ୍ରା ଖୁବ ଧୁମଧାମରେ ପାଳିତ ହେବ । ରଥଯାତ୍ରା ପାଇଁ ରଥଗୁଡ଼ିକର ସାଜ ସଜା କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥଗୁଡ଼ିକ ସବୁବର୍ଷ ଅପେକ୍ଷା ଏବର୍ଷ ବେଶ ଆକର୍ଷଣୀୟ ହୋଇଛି । ଏହି ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଯାତ୍ରୀ ନୟାଗଡ଼କୁ ଆସିଥାନ୍ତି ।ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ସଜାଗ ଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ