କଳାକାର ସଙ୍ଘର ସାଧାରଣ ବୈଠକ
ଓଡଗାଁ ------ ଓଡ଼ଗାଁ ବ୍ଲକ କଳାକାର ସଙ୍ଘର ସାଧାରଣ ବୈଠକ ନିକଟସ୍ଥ ଶରଣକୁଳ ଡାକବଙ୍ଗଳା ପରିସରରେ ମନୋଜ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ କଳାକାର ଯୋଗ ଦେଇଥିଲେ। କଳାକାରମାନଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କଳା ଏବଂ ସଂସ୍କୃତିର ପୁନରୁଦ୍ଧାର ପାଇଁ ଆଲୋଚନା ହେବା ସହ ନୂତନ ପ୍ରତିଭା ଅନ୍ୱେଷଣ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ମନୋଜ କୁମାର ମିଶ୍ର ସଭାପତି,ରାଜକିଶୋର ପ୍ରଧାନ ଉପସଭାପତି, ସୁବାଷ ଚନ୍ଦ୍ର ନାୟକ ସମ୍ପାଦକ,କାର୍ତ୍ତିକ ମୁଦୁଲି କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଥିବାର ଜଣାପଡିଛି । ବରିଷ୍ଠ କବି ଦୟାନିଧି ଦାଶ୍, ଅର୍ଜୁନ ବାରିକ,ପୂର୍ଣଚନ୍ଦ୍ର ମହାପାତ୍ର ଏବଂ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ୍ ଉପଦେଷ୍ଟା ମଣ୍ଡଳୀକୁ ମନୋନୀତ ହୋଇଥିବା ସମ୍ପର୍କେ ନୁତନ ହଭାପତି ଶ୍ରୀ ମିଶ୍ର କହିଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ