Breaking News

ରଥଯାତ୍ରା ଅବସରରେ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ

ବାଲିଗୁଡା -----  ରାଜ୍ଯ ସରକାରଙ ଜଙ୍ଗଲ ବିଭାଗ ପକ୍ଷରୁ  କନ୍ଧମାଳଜିଲ୍ଲାର ବାଲିଗୁଡା ବ୍ଳକକୁ ସବୁଜ ବଳୟ କରିବା ପାଇଁ ସମସ୍ତ ଉଦ୍ଯମ ଜାରି ରହିଛି । ପବିତ୍ର   ରଥଯାତ୍ରା ଅବସରରେ ବାଲିଗୁଡା ବନଖଣ୍ଡର ତନଖି ଫାଟକ ନିକଟରେ ବନ ବିଭାଗ ପକ୍ଷରୁ ଚାରା ବିତରଣ କେନ୍ଦ୍ର  ଉଦଘାଟିତ ହୋଇଯାଇଛି । ବର୍ତ୍ତମାନ ବନ ମହୋତ୍ସବ ସପ୍ତାହ ଚାଲିଥିବାରୁ ଜନସଚେତନତା ପାଇଁ ବନ ବିଭାଗ ତରଫରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଚାରା ମଧ୍ୟରେ ବହୁ ମୂଲ୍ୟବାନ ଶାଗୁଆନ , ରକ୍ତ ଚନ୍ଦନ, ପିଆଶାଳ ,ହରିଡା ,ବାହାଡା ଅଁଳା ଭଳି ବହୁ ଔଷଧୀୟ ବୃକ୍ଷ ଚାରା ମଧ୍ୟ ସାମିଲ କରାଯାଇଛି । ଲୋକେମାନେ ଅତି ନିକଧରେ ଚାରା ପାଉଥିବାରୁ ବହୁଖୁସିର ସହିତ ନିଜ ବାଡି ବଗିଚାରେ ବୃକ୍ଷ ରୋପଣ ପାଇଁ ଚାରା ଘରକୁ ନେଇ ଯାଉଥିବାର ଦେଖାଯାଇଥିଲା । ପ୍ରଥମ ଦିନରେ ପ୍ରାୟ ଦୁଇ ହଜାର ଚାରା ବଣ୍ଟନ ହୋଇଥିବା ଜଣାପଡିଛି । ବାଲିଗୁଡା ବନଖଣ୍ଡର ବନପାଳ ପ୍ରଭାତ କୁମାର ଦୋରା ଚାରା ବିତରଣର ଦାୟିତ୍ୱରେ ରହିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts