ରାବରା ଗ୍ରାମର ଚଣ୍ଡୀ ସାହି ରାସ୍ତାର ଭାଗ୍ଯ ବଦଳିବ କେବେ
ଓଡ଼ଗାଁ -----ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରାବରା ଗ୍ରାମର ଚଣ୍ଡି ସାହି ରାସ୍ତାର ଅବସ୍ଥା ନୀଜ ଆଖିରେ ନ ଦେଖିଲେ କେହି ବିଶ୍ବିସ କରି ପାରିବ ନାହିଁ । ରାସ୍ତିର ଅବସ୍ଥା ଏବେ ଐପରୀହୋଇଛିକି ଚୋର ମଧ୍ଯ ଯିବାକୁ ଭୟ କରିବ । ଗୋଟିଏ ପଟେ ନେତା ଓ ପ୍ରଶାସନ କହୁଛନ୍ତି ଆମ ଅଞ୍ଚଳରେ ମାଟି ରାସ୍ତା ଆଉ ନାହିଁ । ବାସ୍ତବ୍ଯରେ ସରକାରୀ କିଗଜ ପତ୍ରରେ ଏଭଳି ରାସ୍ତା ନାହିଁ । ପକୃତ ପକ୍ଷେ ଏପରି ରାସ୍ତ ଅନେକ ରହିଛି । ସେଥି ମଧ୍ଯରୁ ରାବରା ଗ୍ରାମର ଚଣ୍ଡି ସାହି ରାସ୍ତା ପ୍ରମାଣ ସଦୃଶ୍ଯ । ଏହି ରାସ୍ତା ଦେଇ ଗଲାବେଳେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଛୋଟ ଛୋଟ ପିଲାମାନେ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଗଲାବେଳେ "ତୁମ ପରି ଛୋଟ ପିଲାଟିଏ" କବିତାକୁ ମନେ ପକାନ୍ତି । ରାସ୍ତା ପାଣି କାଦୁଅରେ ଭର୍ତ୍ତି । ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥାଏ । କେବଳ ଔପଚାରିକତା ଦୃଷ୍ଟିରୁ କିଛି ବାଲି ଏବଂ ମୋରମ ପକାଯାଉଛି । ମାତ୍ର ରାସ୍ତାର ପୁନରୁଦ୍ଧାର କରାଯାଉନାହିଁ ବୋଲି ଗ୍ରାମବାସି ମାନେ ଅଭିଯୋଗ ମାନ ଆଣିଛନ୍ତି । ଏଥିପାଇଁ ଜନଅସନ୍ତୋଷ ବଢ଼ିବା ସହ ରାସ୍ତା କାର୍ଯ୍ୟ ବର୍ଷା ପୂର୍ବରୁ ସମାପ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
ରାବରା ଏକ ଗ୍ରାମପଞ୍ଚାୟତ ହୋଇଥିବାବେଳେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ସରକାରୀ ବାବୁମାନେ ଐହି ରାସ୍ତା ଦେଇ ଯାତାୟତ କରୁଛନ୍ତି । ଏହି ରାସ୍ତାର ଅବସ୍ଥା ବାବୁ ମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି ତାହା ଗ୍ରାମବାସି ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ