Breaking News

ଜିଲ୍ଲା ମହିଳା ମହାସଂଘ ପକ୍ଷରୁ ବଡଦାଣ୍ଡରେ ସ୍ୱଚ୍ଛ ଭାରତ ଅଭିଯାନ

ପୁରୀ --- ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଗୁରୁବାର ଦିନ ଶେଷ ହୋଇଯାଇଛି  । ମାତ୍ର ବଡଦାଣ୍ଡ ରେ ପଡି ରହିଛି ଟ୍ରକ ଟ୍ରକ ଅଳିଆ ଅବର୍ଜନା  । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଜଗନ୍ନାଥ ଜିଲ୍ଲା ସ୍ତରୀୟ ମହିଳା ମହାସଂଘ ପକ୍ଷରୁ ବଡଦାଣ୍ଡରେ ସ୍ୱଚ୍ଛ ଭାରତ ଅଭିଯାନ ହୋଇଥିଲା  । ମହିଳା ମାନେ ହାତରେ ଗ୍ଳୋବସ, ମୁହଁରେ ପଟି ଓ ମୁଣ୍ଡରେ ଟୋପି ସହିତ ଧଳା ଡ୍ରେସ କୋର୍ଡ ଅନ୍ୟ ମହିଳା ମାନଙ୍କ ଠାରୁ ବାରି ହୋଇଯାଉଥିଲା ବଡଦାଣ୍ଡରେ  । ସେମାନେ ନିଜର ମାନ ସନମାନକୁ ଭୁକ୍ଷେପ ନ କରି ରାସ୍ତାରେ ପଡିଥିବା ଚପଲ, ପଇଡ ଟୋଲା, ପଲିଥିନ, କାଗଜ ଆଦି ବିଭିନ୍ନ ବଜ୍ୟବସ୍ତୁ ଗୁଡିକ ସଫା କରିଥିଲେ  । ଯାହାକି ପୁରୀ ମୁନିସିପାଲିଟି କର୍ମଚାରୀ ମାନେ ଏହି କାର୍ଯ୍ୟ କରିବା କଥା ମାତ୍ର ସେମାନେ ଏହି କାର୍ଯ୍ୟ କରିଲେ ସେମାନଙ୍କୁ ବହୁଦିନ ଲାଗିଯିବ ବୋଲି ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ କହନ୍ତି । ଏହିପରି ପୁରୀ ବଡଦାଣ୍ଡ, ସମୁଦ୍ରକୂଳ ଆଦି ଅଞ୍ଚଳରେ ମହିଳା ସଂଗଠନ ପକ୍ଷରୁ ସଫେଇ କରାଯାଉଛି । ଏଥିରେ ପୁରୀ ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକାଙ୍କ ସହିତ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଦସ୍ୟା ଭାରତୀ ଚମ୍ପତି, ମମତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।
ଧୀରେନ୍ଦ୍ର ସେନାପତି

Blog Archive

Popular Posts