Breaking News

ଅତାବିରାରେ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅତାବିରା--------  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେ ଅତି ନିଡାମ୍ବର ସହ ପାଳିତ ହେଉଛି ରଥଯାତ୍ରା  ।  ଅତାବିରା ବକ୍ଳସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଭକ୍ତ ମାନେ ସ୍ଥାନୀୟ ବସଟାଣ୍ଡ ଛକକୁ ରଥ ଟାଣି ଟାଣି ନେଇଥିଲେ ।  ବସଷ୍ଟାଣ୍ଡରେ ନାମ ସଂକୀର୍ତନ କରାଯାଇଥିଲା ।   ଭକ୍ତ ବତ୍ସଳ ମହାପ୍ରଭୁ ରଥାରୂଢ଼ ହୋଇ ତାଙ୍କର ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।  ସ୍ଥାନୀୟ ପ୍ରଶାସନ ତଥା ସ୍ବେଛାସେବୀ ମାନଙ୍କ ସହାୟତାରେ ରଥଯାତ୍ରା ଅନୁଷ୍ଠିତ ହେଉଛି  । ଏଠାକୁ ୨୪ଟି ପଂଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନଏସିର ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ବରଗଡ ଜିଲ୍ଲାର ପାରମ୍ପାରିକ ନୃତ୍ଯୁ ରଥ ଆଗରେ ପରିବେଷଣ କରାଯାଇଥିଲା ।  ଏହି ଅବସରରେ ବସଷ୍ଟାଣ୍ଡ ନିକଟରେ ଏକ ଅସ୍ଥାୟି ମିନାମେଳା ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ସଂଧ୍ଯାରେ ନୈବେଦ୍ଯ , ଧୁପ ଓ ଦୀପ ଦେଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । 
ବରଗଡରୁ ନବୀନ ଦାଶ

Blog Archive

Popular Posts