ମଙ୍ଗଳବାର ଦୟାନଦୀର ଗୋପତୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୯୧ ତମ ତିଳତର୍ପଣ କରାଯିବ
ସାକ୍ଷୀଗୋପାଳ---- ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧଉତ୍ସବ ଜନ୍ମମାଟି ସୁଆଣ୍ଡୋରେ ମଙ୍ଗଳବାର ଦିନ ସକାଳେ ପୁଣ୍ୟତୋୟା ଭାର୍ଗବୀ ନଦୀର ଗୋପତୁଟରେ ତିଳତର୍ପଣ କରାଯିବ । ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ କାର୍ଯ୍ୟକ୍ରମ ପାଳନ କରାଯିବ । ଏହି ଅବସରରେ ଗୋପବନ୍ଧୁଙ୍କ ବାସଭବନ ନିକଟରୁ ତିଳତର୍ପଣ ଯାତ୍ରା ସକାଳ ୯ ଘଟିକାରୁ କୁଳ ପୁରୋହିତଙ୍କ ସହିତ ବାହାରି ଗୋପତୁଟରେ ପହଞ୍ଚିବ । ତିଳତର୍ପଣରେ ଯୋଗଦେଇଥିବା ଅତିଥି ମାନେ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ । ଏହି ପରୀପ୍ରେକ୍ଷୀରେ ଦାସ ପରିବାରଙ୍କ ପକ୍ଷରୁ ପୁନଃରୁଦ୍ଧାର କରାଯାଇଥିବା ଗୋପବନ୍ଧୁଙ୍କ ଷଠିଘର କୁ ଅତିଥି ମାନଙ୍କ ଦ୍ୱାରା ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଶିକ୍ଷକ୍, ଶିକ୍ଷୟତ୍ରୀ, ସାହିତ୍ୟକ, ଗବେଷକ, ଛାତ୍ର ଛାତ୍ରୀ ସାମ୍ବାଦିକଙ୍କ ସହିତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଯୋଗଦେବାର ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି