ସତ୍ୟବାଦୀ ହାଇସ୍କୁଲ ପରିସରରେ ୭୦ତମ ବନମହୋତ୍ସବ ପାଳିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୦ ତମ ବନମହୋତ୍ସବ ସୋମବାର ଦିନ ପାଳିତ ହୋଇଯାଇଛି । ଏହି ବନ ମହୋତ୍ସବକୁ ବାଲୁଖଣ୍ଡ ବନ୍ୟପ୍ରାଣୀ ବନାଞ୍ଚଳ, ପୁରୀଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ସାମଦ୍ରୁିକ ବାତ୍ୟା । ଯୋଗୁ ପୁରୀ ଜିଲ୍ଲାରେ ବହୁ ବୃକ୍ଷରାଜ ଭାଙ୍ଗି ଯାଇଛି । ଯାହାକି ଆଜିର ଦିନରେ ସତ୍ୟବାଦୀରେ ଚିନ୍ତାର କାରଣ ହୋଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ,ପ୍ରସନ୍ନ କୁମାର ରଥ, ପ୍ରଶାନ୍ତ କୁମାର ତ୍ରିପାଠୀ , ଗୀତାରାଣି ବେହେରା, ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ , ଜଙ୍ଗଲ ବିଭାଗର ଫରେଷ୍ଟର ବାବୁଲି ପଟ୍ଟନାୟକ ଓ ଏନସିସି ଓ ସ୍କାଉଟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଜଙ୍ଗଲ ବିଭାଗର ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିସରରେ ଖାଲି ପଡିଥିବା ଯାଗାରେ କରଞ୍ଜ, ନିମ୍ବ, କୃଷ୍ଣଚୁଡା, ପାଟେଳି ଆଦି ପ୍ରାୟ ୫୦ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ର ମାନେ ଏହି ଗଛ ଗୁଡିକ ଲଗାଇବା ସହ ଏହାକୁ ବଞ୍ଚାଇ ରଖିବା ପାଇଁ ଶପଥ ନେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି