Breaking News

୪୦ ଲିଟର ଦେଶୀ ମଦ ଜବତ; ୪ ଗିରଫ

କନ୍ଧମାଳ--- କନ୍ଧମାଳ ଜିଲ୍ଲାରେ ଦେଶୀ ମଦ ଏକ କୁଟୀର ଶିଳ୍ପରେ ପରିଣତି ହୋଇଛି । ମଦ ନିଶାରେ ପ୍ରତିଦିନ ମୃତ୍ୟୁ ହେବା ସହ ଚୋରୀ, ଡକାୟତି, ହଣାମରା ଆଦି ଘଟଣା ଘଟୁଛି  । ସେହିପରି ବାଲିଗୁଡା ଥାନା ଅଞ୍ଚଳରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମଦର ହାଟ ବସେ । ବାଲିଗୁଡା ପୋଲିସ ସୋମବାର ଦିନ ଦେଶୀ ମଦ ଧରପଗଡ ଆରମ୍ଭ କରିଛି । ବିଭିନ୍ନ ଅଞ୍ଚଳରେ ଦେଶୀ ମଦ ବିକ୍ରୟ କରୁଥିବା ବେଳେ ସେମାନଙ୍କ ଠାରୁ ୪୦ ଲିଟର ମଦ ସହିତ ୪ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନେ ହେଲେ ଗୁଳିମରାପଡାର ରାମଚନ୍ଦ୍ର ପାତ୍ର , ଚମ୍ପାସାହିର ଉମେଶ ଚନ୍ଦ୍ର ପାତ୍ର, ପଣସପଦି ଗ୍ରାମର ବାଦଲ ଗୋଡି ଓହାଟପଡା ସାହିର ପଣ୍ଡିତ ମାଝି  । ଏମାନଙ୍କ ଠାରୁ ବାଲିଗୁଡା ପୋଲିସ ୪ଟି ଜାରକିନିରେ ବିକ୍ରୟ ପାଇଁ ଥିବା ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି । ସେମାନଙ୍କୁ ଆଜି କୋର୍ଟକୁ ପଠାଯିବ ବୋଲି ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts