Breaking News

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଥାନାରେ ଅଟକ

ଓଡର୍ଗା-- ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ନବରତ୍ନପୁର ଗ୍ରାମରେ ମହିଳାଙ୍କର ଅସ୍ୱଭାବିକ ମୃତ୍ୟୁ ହୋଇଥିଲା  । ଏହି ଖବର ମହିଳାଙ୍କ ବାପା ଜାଣିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଓଡଗାଁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଓଡଗାଁ ପୋଲିସ ୫/୧୯ ଏକ ଅପମୃତ୍ୟୁ କେସ କରି ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ନୟାଗଡ ଜିଲ୍ଲାର ସୋଲପଟା ଗ୍ରାମର ବୈକୁଣ୍ଠ ଭୁଜବଳଙ୍କ ଝିଅ ସୁଷମା ( ଡଲି ) ଭୁଜବଳଙ୍କୁ ୧୦ ବର୍ଷ ତଳେ ହିନ୍ଦୁ ରୀତିନୀତି ଅନୁଯାୟୀ ନବରତ୍ନପୁର ( ବୁଢ଼ାପଦା) ଗ୍ରାମର କିର୍ତ୍ତନ ବେହେରାଙ୍କ ପୁଅ ବନମାଳୀ ମେହେରାଙ୍କ ସହିତ ବିଭାଘର ହୋଇଥିଲା  । ସୁଷମା ଏବେ ୩ଟି କନ୍ୟା ସନ୍ତାନର ଜନନୀ । ସୁଷମା ପିଲାମାନଙ୍କର ବିଦ୍ୟାଳୟ ଛୁଟି ଥିବାରୁ ତାଙ୍କ ବଡଭଉଣୀ ଘରକୁ ବୁଲିବାକୁ ଯାଇଥିଲେ  । ସେଠାରୁ ଫେରିବା ପରେ ତାଙ୍କର ଶରୀର ଅସୁସ୍ଥ ହୋଇ ପଡିଥିଲା  । ସ୍ୱାମୀ ବନମାଳୀ ତାଙ୍କୁ ପାଖ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ  । ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ସୁଷମାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  । ୨୯ ତାରିଖରେ ବିଳମ୍ବିତ ରାତିରେ ସୁଷମାଙ୍କ ବାପା ବୈକୁଣ୍ଠ ଖବର ପାଇଥିଲେ ଯେ ତାଙ୍କ ଝିଅର ମୃତ୍ୟୁ ହୋଇଯାଇଛି । ସେ ସଙ୍ଗେ ସଙ୍ଗେ ଓଡଗାଁ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି । ପୋଲିସ ଏବେ ଶବ ବ୍ୟବଛେଦ ରିର୍ପୋଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ ବୋଲି ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ଠାରୁ ସୁଚନା ମିଳିଛି  ।
ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ

Blog Archive

Popular Posts