Breaking News

>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ଅତାବିରା ଏନଏସିରେ ଭୁଷୁଡି ପଡିଛି ସ୍ୱଚ୍ଛ ପରିମଳ ; ଶୁଣିବାକୁ କେହି ନାହିଁ

    ଅତାବିରା ---- ବରଗଡ ଜିଲ୍ଲାର ଅତାବିରା ଏନଏସିରେ ସମ୍ପର୍ଣ୍ଣ ଭୁଷୁଡି ପଡିଛି ସ୍ୱଚ୍ଛ ପରିମଳ  । ନୂଆ ପୁରୁଣା ଏନଏସି ଗଠନକୁ ୭ ବର୍ଷ ହୋଇଯାଇଥିଲେ ମଧ୍ୟ ରାଜନୈତିକ ନେତାଙ୍କ ଆନ୍ତରିକତା ଅଭାବରୁ ସ୍ୱଚ୍ଛ ପରିମଳ ବ୍ୟବସ୍ଥା  । ଏନଏସି  ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନି । ଅତାବିରା ଏନଏସି ୧୨ ଟି ୱାର୍ଡକୁ ନେଇ ଗଠିତ ।  ଗ୍ରାମ ପଞ୍ଚାୟତରୁ ସକାଳୁ ରାତି ପର୍ଯ୍ୟନ୍ତ ହଜାର ହଜାର ଲୋକ ଏନଏସି ଅଞ୍ଚଳକୁ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି । ଏନଏସି ରେ ଅଛି ପାନୀୟ ଜଳର ବ୍ୟବସ୍ଥା ନଥିବା ବେଳେ ସାଧାରଣ ଶୌଚାଳୟ ଟିଏ ନାହିଁ  । ଯାହାକି ପୁରୁଷ ଲୋକମାନେ ଯିଏ ଯେଉଁଠି ପାଇଲା ସେଠାରେ ପରିଶ୍ରା କରିଲେ । ମାତ୍ର ଅସୁବିଦା ଭୋଗୁଛନ୍ତି ମହିଳା ମାନେ । ସେହିପରି ଆଗକୁ ମାଡି ଆସୁଛି ଖରା ପାଣି ମୁନ୍ଦେ ପାଇଁ ଲୋକମାନେ ଡହଳବିକଳ  ହୋଉଥିବା ବଳେ ଏନଏସି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଉନାହିଁ ବୋଲି ଜନସାଧାରରେ ଅସନ୍ଦେତାଷ ବୃଦ୍ଧି ପାଉଛି  । ଏନଏସି ଅଞ୍ଚଳରେ ଯୁଆଡେ ଦେଖିବ ସିଆଡେ ଅଳିଆ ଅବର୍ଜନାରେ ପରିପୂର୍ଣ୍ଣ  । ରାଜରାସ୍ତା କରରେ ଥିବା ଡ୍ରେନ ମାନଭ୍କରେ ବର୍ଷ ବର୍ଷ ଧରି ସଫା ସୁତରା ନ ହେବାରୁ ପୁତ୍ତମୟଗନ୍ଧ ହୋଉଛି । ସେହି ବାଟ ଦେଇ ଯାଉଥିବା ବାଟେଇ ମାନେ ନାକରେ ହାତ ଦେଇ ଯାଉଛନ୍ତି । ଯାହା ଫଳରେକି ମଶା, ମାଛି ମାନଭ୍କର ପ୍ରାଦୂଭାବ  ବଡିଚାଲିଚି । ନୁଆ ଏନଏସିରେ ନିର୍ବାଚନକୁ ଆଖି ଅଗାରେ ରଖି ଡଷ୍ଟବିନ ଗୁଡିକ ଲୋକ ଦେଖାଣିଆ ଭାବରେ ଥୁଆ ହୋଇଛି । ଏନଏସି କତ୍ତୃପକ୍ଷଙ୍କ ମନ ମୁତାବକ ଅନୁସାରେ ପ୍ରାୟ ୪/୫ ଦିନରେ ଥରେ ଡଷ୍ଟବିନ ଗୁଡିକରୁ ଅଳିଆ ଉଠାଯାଉଛି । ଯାହା ଫଳରେକି ଡଷ୍ଟ ବିନ ଗୁଡିକ ଅଳିଆ  ଅଧିକ ହେବାରୁ ତାହା ଓଲଟି ପଡୁଛି । କେତେକ ଡଷ୍ଟବିନ ଗୁଡିକ କାନ୍ଥ ଆଡୁଆରେ ରଖାଯାଇଛି । ଏବେ ଅଳିଆ ଅବର୍ଜନା ଗୁଡିକ ଏନଏସି କାର୍ଯ୍ୟାଳୟ ଏକ ଅଳିଆ ଅବର୍ଜନା କୁଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଜଣସାଧାରଣରେ ଆଲେଚନା ହୋଉଛି । ଏପଏସି ଅଞ୍ଚଳରେ ଯେଉଁ ଆଡକୁ ଅନାଇବ ସିଆଡେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି । ଏନଏସି ଗଠନ ହୋଇଥିଲା କାହା ପାଇଁ ବୋଲି ଏବେ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ହୋଇ ଠିଆ ହୋଇଛି । ଏ ସମ୍ପର୍କରେ ଏନଏସି ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଗୋଚରକୁ ଅଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଶୁଣିବାକୁ ମିଳୁଛି  । ଅନ୍ୟ ପକ୍ଷେ ଏହାର ସଠିକ ଜବାବ ଆଗାମୀ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଏବେ ଠାରୁ ଏପଏସି ଅଞ୍ଚଳ ବାସୀ ମାନେ କହିବା ଆରମ୍ଭ କରି ଦେଇଛନ୍ତି । ଯାହାକି ଅତାବିରାରେ ପରିବର୍ତ୍ତନ ହେବାର ସ୍ୱର ଉଠିଛି ବୋଲି ବୁଦ୍ଦଜିବୀ ମାନେ କହନ୍ତି ।
    ବରଗଡରୁ ନବୀନ ଦାଶ

    Blog Archive

    Popular Posts