Breaking News

ସାଧାରଣ ନିର୍ବାଚନକୁ ଆଖି ଅଗାରେ ରଖି ପୋଲିସ ପକ୍ଷରୁ ପ୍ଳାର୍ଗ ମାର୍ଚ୍ଚ

କନ୍ଧମାଳ--- ବାଲିଗୁଡାରେ ଶାନ୍ତିଶୃଙ୍ଖଳା କିଭଳି ଭାବେ ସାଧାରଣ ନିର୍ବାଚନ ଶେଷ ହେବ ସେଥିନେଇ ପୋଲିସ ପକ୍ଷରୁ ଜନସଚେତନତା କରାଯାଇଛି । ଏଥିପାଇଁ ବାଲିଗୁଡା ପୋଲିସ ଓ ସିଆରପିଏଫଙ୍କ ମିଳିତ ଭାବେ ଏକ ଜନସଚେତନତା ର‌୍ୟାଲି ବାଲିଗୁଡା ଥାନା ଠାରୁ ବାହାରି ସମସ୍ତ ୱାର୍ଡ ପରିକ୍ରମା କରିଥିଲା  । ଏହାର ନେତ୍ୱତୃ ନେଇଥିଲେ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା  ।  ପୋଲିସ ପକ୍ଷରୁ ଜନସାଧାରଣଙ୍କୁ କିପରି ଶାନ୍ତିଶୃଙ୍ଖଳା ସହ ମତଦାନ କରିବେ ଯେପରି କୌଣସି ଗଣ୍ଡଗୋଳ ଠାରୁ ଦୁରେଇ ରହିବେ ବିଭିନ୍ନ ବିସୟରେ ଜନସାଧାରଣଙ୍କୁ ଅବଗତି କରାଯାଇଥିଲା  । ପୋଲିସ ପକ୍ଷରୁ ବାଲିଗୁଡରେ ବିଭିନ୍ନ ଅଞ୍ଚଳରେ ପ୍ଳାଗ ମାର୍ଚ୍ଚ କରାଯାଇଥିଲା  । ରାତ୍ର ସମୟରେ ଥାନା ଅଧିକାରୀ ଶ୍ରୀ ବେହେରାଙ୍କ ନେତ୍ୱତୃରେ ମଟରଯାନ ଗୁଡିକ ଯାଞ୍ଚ କରାଯାଇଥିବା ଜଣାପଡିଛି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା 

Blog Archive

Popular Posts