କାଳବୈଶାଖୀରେ କ୍ଷତି ହୋଇଥବା ଫସଲର କ୍ଷତି ପୂରଣ ଦେବାକୁ ଦାବୀ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ଲଗାତର ୩୦ ଓ ୩୧ ତାରିଖ ଦୁଇଦିନ ଧରି କାଳବୈଶାଖୀ ହୋଇଥିଲା । ଏପରିକି ପବନ ଯେତେ ଯୋର ହୋଇନଥିଲା ମାତ୍ର ତାଠାରୁ ଗରମ ପବନ ଅଧିକ ଭାବରେ ବୋହିଥିଲା । ସେଥିରେ ଧାନ ବାହାରୁଥିବା ଧାନକେଣ୍ଡା ଗୁଡକ ଜଳିବା ସହ ଶୁଖିକି ଅଗାଡି ହୋଇଯାଇଛି । ବିଶେଷ କରି କଣାସ, ସତ୍ୟବାଦୀ, ପିପିଲି ଓ ଡେଲାଙ୍ଗ ବ୍ଳକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଯୁଦ୍ଧ କାଳୀନ ମଧ୍ୟରେ ପକୃତ ପକ୍ଷେ ସଠିକ ଭାବରେ ଚାଷୀ ଚିହ୍ନଟ ସହ ଫସଲର କ୍ଷୟକ୍ଷତିର ଆକଳନ କରି ସେମାନଙ୍କୁ କ୍ଷତି ପୁରଣ ଦେବାକୁ ପୁରୀ ଜିଲ୍ଲାର ଅଗ୍ରଣୀ ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର ଜଣାଇଛନ୍ତି । ଯଦି ଏଦିଗରେ ଚାଷୀ ମାନଙ୍କ ପ୍ରତି ଅବହେଳା କରାଯାଏ ତାହେଲେ ଆଗାମୀ ଦିନରେ ନୀଳାଚଳ କୃଷକ ମହାସଂଘ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି