ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
ଭଂଜନଗର - ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଏକ ମେଗା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦଘାଟନ କରିଥିଲେ । ଉଭୟ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ମିଳିତ ଉଦ୍ୟମରେ, ସମସ୍ତ ବନ କର୍ମଚାରୀ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ବିଧାୟକ ଶ୍ରୀ ନାୟକ ସେମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ବର୍ତମାନ ସମୟରେ ଡାକ୍ତରଖାନାରେ ଦେଖାଦେଉଥିବା ରକ୍ତ ଅଭାବ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇପାରିବ ବୋଲି ଉଭୟ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି । ଏହାସହ ଓଡିଶା ଅଣ ଗେଜେଟେଡ୍ ସେବା ସଂଘର କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ, ଭିତ୍ତିପ୍ରସ୍ତର ସ୍ଥାପନ ଫଳକ ଉନ୍ମୋଚନ କରିଥିଲେ ବିଧାୟକ । ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ସମସ୍ତ ବନ କର୍ମଚାରୀ ସାମିଲ ହୋଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୩/୫/୨୦୨୫---୭,୫୫ Sakhigopal News,23/5/2025