ଗନ୍ଧରାବନ୍ଧ ଗାଁ କୁ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ନିଷ୍ପତି ନେଲା ମହିଳା ଗୋଷ୍ଠୀ
ବଙ୍ଗୋମୁଣ୍ଡା-----ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗ୍ରାମ ରେ ଦିନ କୁ ଦିନ କୁଚିଆ ମଦ କାରବାର ବୃଦ୍ଧି ପାଉବା ଯୋଗୁ ଗ୍ରାମରେ ଅଶାନ୍ତି ଦେଖାଯାଇଛି । ଛୋଟ ଛୋଟ କମଳମତି ପିଲା ମାନେ ନିଶା ପାନ କରିବା ସହ ପରିବାର ମଧ୍ୟରେ ଅଶାନ୍ତି ଲାଗୁଛି । ଏହି ଘଟଣାକୁ ନେଇ ଗ୍ରାମରେ ଥିବା ୧୯ଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗ୍ରାମରେ ମଦ କାରବାର ବନ୍ଦ କରିବା ପାଇଁ ଏକ ନିସ୍ପତି ନେଇଥିବାର ଜଣାପଡିଛି । ଏହି ଅବସରରେ ବିଜୁ ଯୁବ ବାହିନୀ ର ଗନ୍ଧରାବନ୍ଧ ପଞ୍ଚାୟତର ସଭାପତି ଦିନେଶ ବାଗ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ସଭାରେ ସ୍ଥାନୀୟ ସରପଞ୍ଚ ଭଗବାନ ଦାସ ଛୁରା ଯୋଗ ଦେଇ ସଂପୂର୍ଣ୍ଣ ମଦମୁକ୍ତି ନିସ୍ପତିକୁ ସରପଞ୍ଚ ସ୍ୱାଗତ କରିବା ସହ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି । ଗାଁ ରେ ଚୋରା ମଦ ବନ୍ଦ କରିବା ପାଇଁ ଅନେକ ଥର ପୁଲିସ ଓ ଅବକାରୀ ବିଭାଗ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତେ୍ୱ କୌଣସି ସୁଫଳ ମିଲୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଥିବା ମାଁ ମହାଲକ୍ଷ୍ମୀ ସ୍ୱଂୟ ସହାୟକ ଗୋଷ୍ଠୀ,ବିଷମ ସନ୍ତୋଷୀ ସ୍ୱଂୟ ସହାୟକ ଗୋଷ୍ଠୀ,ନାରୀ ପ୍ରଗତି ସ୍ୱଂୟ ସହାୟକ ଗୋଷ୍ଠୀ ,ବିଶମ ସରସ୍ୱତୀ ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ ସମଲେଶ୍ୱର ସ୍ୱଂୟ ସହାୟକ ଗୋଷ୍ଠୀ .ମାଁ ଅନ୍ନପୁର୍ଣ୍ଣା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ହରଗୌରୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ମଙ୍ଗଲା ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ ସନ୍ତୋଷୀ ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ ତ୍ରିବେଣୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ କମଲା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ବୈଷ୍ଣୋଦେବୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ କାଳିଯାଇ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ପରବତୀ ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ ପାଟନେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ କଲ୍ୟାଣୀ ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ ମାଣିକେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ , ପଲ୍ଲୀ ପ୍ରଗତି ସ୍ୱଂୟ ସହାୟକ ଗୋଷ୍ଠୀ ,ମାଁ ଘଣ୍ଟାଶୁନୀ ସ୍ୱଂୟ ସହାୟକ ଗୋଷ୍ଠୀ ଙ୍କ ସମେତ ବିଜୁ ଯୁବ ବାହିନୀ ର ସମସ୍ତ ସଦସ୍ୟ ତଥା ଗ୍ରାମ ର ସଚେତନ ନାଗରିକ ମାନେ ଉପସ୍ଥିତ ଥିଲେ ।
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ