ସାକ୍ଷୀଗୋପାଳ----ସତ୍ୟବାଦୀ ଶିଶୁ ମହିଳା ବିକାଶ ପ୍ରକଳ୍ପ ମିଶନ ଶକ୍ତି ଅନୁଷ୍ଠାନର ମିଳିତ ସହଯୋଗରେ ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର କୁସୁମେଶ୍ୱର , ପଣ୍ଡାସାହି ଓ ପଥୁରିଆସାହି ଅଙ୍ଗନୱାଡି କେନ୍ଦ୍ରରେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତା କରିବା ସହ ମିଶନ ଶକ୍ତି ପକ୍ଷରୁ ମହିଳା ଓ କିଶୋରୀ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୁପରଭାଇଜର କଳ୍ପନା ମହାପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବ୍ଳକ ସଂଯୋଜକ ଓ ତାଙ୍କର ସହଯୋଗୀମାନେ ପରିଚାଳନା କରିଥିଲେ । କୁସୁମେଶ୍ୱର ଅଙ୍ଗନୱାଡି କର୍ମୀ ଗୋଲାପ ଦେଇ, ପ୍ରତିମା ମାହରଣା, ସହାୟିକା ଲତା ବେହେରା, ଅନ୍ନପୁର୍ଣ୍ଣା ପଣ୍ଡା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ୨୩ଟି ମିହଳା ଗୋଷ୍ଠୀର ୧୬୦ ଜଣ ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ । ହୁଳହୁଳିରେ ଜେମା ମହାନ୍ତି, ହୁଲାସ ଭୋଇ, ବଲଖେଳରେ ବିଷ୍ଠୁପିୟା ଜେନା, ଶିଖା ବେହେରା, ମୁଜ୍ୟକିୟ ଚେୟାରରେ ସୁକାନ୍ତି ସାହୁ, ସୁଲଚନା ବେହେରା ବିଜୟୀ ହୋଇଥିଲେ । ମିଶନ ଶକ୍ତି ପକ୍ଷରୁ ସେମାନଙ୍କୁ ପୁରଷ୍କୃତ କରାଯାଇଥିଲା । ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ମହିଳା ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଘୋଷଣା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି