ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି । ଏଠାରେ ଅନ୍ୟ ପଞ୍ଚାୟତ ଅପେକ୍ଷା ଭିନ୍ନ ଧରଣର କାର୍ଯ୍ୟକ୍ରମ ହୋଇଥିଲା । ପିଠା ସାଙ୍ଗକୁ ମିଠାର ବାସ୍ନା ତା ସାଙ୍ଗରେ ଗ୍ରାମଞ୍ଚଳରେ ଥିବା କଳାକାର ମାନଙ୍କ ଦ୍ୱାରା ଭଜନ ପରିବଷେଣ ଉପସ୍ଥିତଥିବା ପୁରୁଷ ମହିଳା ମାନଙ୍କ ମନକୁ ଛୁଇଁଥିଲା । ହରିସହଦେବଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ପିଠା କାର୍ଯ୍ୟକମରେ ସରପଞ୍ଚ ତ୍ରିନାଥ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମୁଳ ଅଳସା ଗ୍ରାମ ପଞ୍ଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି ସ୍ୱାଧୀନ ଜେନା, ମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୁପରଭାଇଜର ମଧୁସ୍ମିତା ଦଲାଇ, ସ୍ୱାସ୍ଥ୍ୟ ବିଭାଗର ବିପିଏମ ଶାଶ୍ୱତୀ ଦାଶ, ଗ୍ରାମ୍ୟ କୃଷି ଅଧିକାରୀ ରତିକାନ୍ତ ମିଶ୍ର, ମହିଳା ସ୍ୱାସ୍ଥ୍ୟୃ କର୍ମୀ ରଶ୍ମି ମଙ୍ଗରାଜ, ମହିଳା ସଂଗଠନର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ସହିତ ବିଭିନ୍ନ ଅଙ୍ଗନୱାଡିକର୍ମୀ , ଆଶାକର୍ମୀ, ବିଜୁଯୁବ ବାହିନି ଓ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ଏହି ପରିପେକ୍ଷୀରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଲଇଡି ବଲ ବଣ୍ଟନ କରାଯାଇଥିଲା । ଦାସ କାଠିଆ ସାଙ୍ଗକୁ ପୁରୁଷ ଓ ମହିଳା ସଂଗୀତ ପ୍ରେମୀ ମାନେ ସଂଗୀତ ପରିବେଷଣ କରିଥିଲେ । ସେହିପରି ମିହିଳା ଗୋଷ୍ଠୀ ମାନେ ଦେଶାତ୍ମାକ ସଂଗୀତ ଗାନ କରିଥିଲେ । ଅତିଥି ମାନଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ମା ତାରେଣୀ ମହିଳା ସଂଘର ସଭାନେତ୍ରୀ ସତ୍ୟଭାମା ନାୟକ, ସମ୍ପାଦିକା ଜୟନ୍ତୀ ବେହେରା, କୁସୁମେଶ୍ୱର ମମତା-୧ ଗୋଷ୍ଠୀର ରୀନା ବେହେରା ସଭାନେତ୍ରୀ, ସମ୍ପାଦିକା ବିନୋଦିନି ନାୟକ, ସ୍ୱାଧୀନ ମହିଳା ଗୋଷ୍ଠୀର ସଭାନେତ୍ରୀ ମିନତି ମହପାତ୍ର , ସମ୍ପାଦିକା ଅନୁପମା ସେଠି, ବେହେରାସାହିର ପାର୍ବତୀ ମହିଳା ଗୋଷ୍ଠୀ ପୂଜା ମହାପାତ୍ର, କାବେରୀ ବେହେରାଙ୍କ ସହିତ ଗଡଚଣ୍ଡୀ, ମା ଚଣ୍ଡୀ, ସଙ୍କଟମୋଚନ, ଉଗ୍ରତାରା, ସିଦେ୍ଧଶ୍ୱର ମହିଳା ଗୋଷ୍ଠୀ ମାନେ ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନୀରେ ଭାଗ ନେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି