Breaking News

ଲାଞ୍ଚ ନେଇ ଜେଲ ଗଲେ ପୋଲିସ ଅଧିକାରୀ

 ବାଳକାଟି---- ଖାକି ଡ୍ରେସରେ ଗୋଟିଏ ପରେ ଗୋଟିଏ କଳଙ୍କ ଲାଗି ଚାଲିଛି ।  ଭୁବନେଶ୍ୱର କମିସନରେଟ ପୋଲିସ ଅଧିନରେ ଥିବା ଧଉଳି ଥାନାର ସେକେଣ୍ଡେ ଅଧିକାରୀ ପ୍ରଦୀପ ମହାଲ ୫୦ ହଜାରଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଜଣାପଡିଛି । ଗଟଣାରୁ ପ୍ରକାଶ ଯେ ପୁରୀର ଜଣେ ମହିଳା ଧଉଳିରେ ଏକ ଜମି କିଣିଥିଲେ  । ମାତ୍ର ଜମି ଦଖଳ କରିବାକୁ ଗଲା ବେଳେକୁ ବିକ୍ରୟ କରିଥିବା ଜମି ମାଲିକ ଦଖଲ ଦେଇନଥିଲେ  । ମହିଳା ଓ ତାଙ୍କ ପୁଅ ବାଧ୍ୟ ହୋଇ ଧଉଳି ଥାନାର ଦ୍ୱାରସ୍ଥ ହୋଇଥିଲେ  । ଥାନାବାବୁ  ୫୦ ହଜାର ଟଙ୍କା  ନେଲେ ଜମି ଦଖଲ କରାଇଦେବେ ବୋଲି କହିଥିଲେ  । ୨୦ ହଜାର ଟଙ୍କା ନେଇଥିଲେ ମଧ୍ୟ କୌଣସି କାର୍ଯ୍ୟ  କରିନଥିଲେ  । ମହିଳା ଜଣଙ୍କ ବାଧ୍ୟ ହୋଇ ଭିଜିଲାନସ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ  ।  କଥା ମୁତାବକ ଆଜି ଆଉ ୩୦ ହଜାର ଟଙ୍କା ଥାନା ଅଧିକାରୀ ନେଉଥିଲେ  । ସେଠାରେ ଲୁଚିକି ରହିଥିବା   ଭିଜିଲାନସ ଟିମ ରଙ୍ଗ ଦିଆଯାଇଥିବା ଟଙ୍କା ସହିତ ତାଙ୍କୁ ଧରିଥିଲେ  । ଏହି ଅଧିକାରୀ ଜଣଙ୍କ ଏଠାରେ ଏସଆଇ ଭାବରେ କାର୍ଯ୍ୟକରୁଥିଲେ  । ମାତ୍ର ପ୍ରମୋସନ ପାଇ ଏଠାରେ ସେକେଣ୍ଡ ଅଫିସର ଭାବେ ରହିଥିଲେ  । ଦିନେ ଯେଉଁ ଅଧିକାରୀ ଅପରାଧୀଙ୍କୁ ଧରି ଜେଲକୁ ପଠାଉଥିଲେ ସେ ଆଜି ଅପରାଧୀ ସାଜି ଜେଲକୁ ଗଲେ ବୋଲି ଜନସାଧାରଣରେ ଆଲେଚନା ହୋଉଛି  ।
 ବାଳକାଟିରୁ ପ୍ରଭାତେଂସୁ ସାମନ୍ତରାୟ

Blog Archive

Popular Posts