Breaking News

ସତ୍ୟବାଦୀ ବ୍ୟବସାୟୀ ସଂଘ ପକ୍ଷରୁ ମହମବତୀ ଶୋଭାଯାତ୍ରା

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ପକ୍ଷରୁ ସାକ୍ଷୀଗୋପିନାଥ ମନ୍ଦିର ସମ୍ମୁଖରୁ ବ୍ୟବସାୟୀ ସଂଘ ଓ ସଚେତନ ନାଗରିକ ପକ୍ଷରୁ ଏକ ମହାମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ର ସମୟରେ ପାକିସ୍ଥାନ ବିରୁଧରେ ବିଭିନ୍ନ ସ୍କୋଗାନ ଦେଇ ବଜାର ପରିକ୍ରମା କରିବା ସହ ଆତଙ୍କବାଦୀକୁ ସୁରକ୍ଷା ଦେଇଥିବା ପାକିସ୍ତାନର ମୁଖ୍ୟମନ୍ତନ୍ତ୍ରୀଙ୍କ କୁଶପତୁଳିକା ଦାସ କରାଯାଇଥିଲା  । ସେହିପରି ସତ୍ୟବାଦୀ ଆଇନଜୀବି ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ନନ୍ଦଙ୍କ ନେତୃତ୍ୱରେ ତହସିଲଦାର କାର୍ଯ୍ୟାକୟଠାରେ ସହିଦ ଯବାନ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା  । ଅଞ୍ଜନ କୁମାର ହୋତା ଓ ସଂଘର ସମ୍ପାଦକ ସୁଶାନ୍ତ ରଥଙ୍କ ସହ ଅନ୍ୟ ଆଇନଜୀବି ଓ ତହସିଲ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିଲେ  । ସେହିପରି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି  ପକ୍ଷରୁ ସହିଦ ଯବାନଙ୍କ ପାଇଁ  ନୀରବ ପ୍ରାର୍ଥନା କାର୍ଯ୍ୟକୟ ପରିସରରେ ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts