Breaking News

ବାଲିଗୁଡା ଥାନାରୁ ଖବର ସଂଗ୍ରହ ବେଳେ ଖରାପ ବ୍ୟବହାର ଦେଖାଇଲେ ଏସଆଇ

ବାଲିଗୁଡା- - ରାଜ୍ୟ ସକରାର ବା ବିଜେଡି ସରକାର ସମୟରେ ଥାନା ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ ‘ ଆମ ପୋଲିସ’ କାର୍ଯ୍ୟକ୍ରମ କରାଯାଉଛି । ମାତ୍ର ବାଲିଗୁଡା ପୋଲିସ ଥାନାର ଜଣେ ଏସଆଇ ଏହି କାର୍ଯ୍ୟକ୍ରମକୁ ଭୁଲି ଯାଇଛି । ଯେଉଁଠି ଚତୁର୍ଥସ୍ତମ୍ଭ ସରକାର ମାନ୍ୟତା ଦେଇଥିବା ବେଳେ ବାଲିଗୁଡା ଥାନାର ଜଣେ ଏସଆଇ ସମ୍ବାଦିକ ମାନଙ୍କ ପ୍ରତି ନିଜର  କର୍ତ୍ତବ୍ୟ ଭୁଲି ଯାଉଛନ୍ତି  । ଏହି ଏସଆଇଙ୍କ ଠାରୁ ସାଧାରଣ ନିରିହ ଜନତା କିଭଳି ନ୍ୟାୟ ପାଉଥିବେ ତାହା ଅନୁମେୟ  । ସୁଚନାଯୋଗ୍ୟ ଯେ  ବାଲିଗୁଡା ଥାନା ଅଧୀନସ୍ଥ ଜଣେ ଠିକାଦାର କାମ କରିବା ପରେ କିଛି ଯୁବକ ମାନେ ଉକ୍ତ କାର୍ଯ୍ୟକୁ ଭାଙ୍ଗି ଦେଇଥିଲେ  । ଏହାକୁ ନେଇ ଠିକାଦାର ଓ ଯୁବକ ମାନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା  । ଠିକାଦାର  ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ  । ଏହି ଖବରପାଇ କିଛି ସାମ୍ବାଦିକ ମାନେ ଥାନାରେ ପହଞ୍ଚି କେସ ତଦନ୍ତ କରୁଥିବା ଜଣେ ଏସଆଇଙ୍କୁ ଏ ସମ୍ପର୍କରେ  କିଛି ତଥ୍ୟ ପଚାରିବା ସମୟରେ ଏସଆଇ ଜଣଙ୍କ ରାଗରେ ଖରାପ ଭାଷା କହିଥିବା ନେଇ ସାମ୍ବଦିକ ମାନେ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ ଓ ଏସଆଇଙ୍କ ମଧ୍ୟରେ କଥା ବାର୍ତ୍ତା ସମୟର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଲାଣି । ଭିଡିଓରୁ ସ୍ପଷ୍ଟ ଭାବରେ ଏସଆଇ କହୁଛନ୍ତି ଯେ ମୁଁ ତୁମକୁ ଖରାପ ଭାଷା କହିନାହିଁ ଯଦି ସାମ୍ବାଦିକ ମାନଙ୍କୁ କହି ନାହାନ୍ତି ତା ହେଲେ କାହାକୁ କହିଛନ୍ତି ତାହା ଏବେ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ସମଗ୍ର ବାଲିଗୁଡା ଅଞ୍ଚଳରେ ଗଣପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଶ ପ୍ରକାଶ ପାଇଛି । ତୁରନ୍ତ ଏସପି ଓ ଜିଲ୍ଲାପାଳ ଏସଆଇଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଅଗାମି ଦିନରେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଳାଇବାକୁ ପଛେଇବେ ନାହିଁ ବୋଲି ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts