ବଡେଇକେରା ଗ୍ରାମରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ବଢେଇକେରା ଗ୍ରାମରେ ୩୦ତମ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧିବାସ, କଳସଯାତ୍ରା, ହୋମ ଅନୁଷ୍ଠିତ ହୋଇଥିଲା । ହରିପୁର, ବିଲିପଡା, ମହୁରା, ଡାଙ୍ଗୁରା, ଚକ୍ରପଡା, ବଡବସନ୍ତ, ବାଲିସାହିଓ ବଡଡିହସାହି ସମେତ ୮ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ଗ୍ରାମବାସୀ ଓ ଯୁବକ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ତିନିଦିନ ଧରି ଆମିଷ ପ୍ରବେଶ ନିଷେଧ ସହିତ ସମସ୍ତଙ୍କ ଘର ଆଗରେ ପୁର୍ଣ୍ଣକୁମ୍ଭ ଘଟ ଓ ଦ୍ୱୀପ ଜଳୁଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି