Breaking News

ବାଉଁଶ ବୁଦା ଜଳିଗଲା

ଡେଲାଙ୍ଗ ----  ଡେଲାଙ୍ଗ ଥାନା ଅନ୍ତର୍ଗତ ହାଟବଜାର ପାଖ ଲୁଣା  ନଦୀ କୁଳରେ ଥିବା ସାହୁ ଘରର ବାଉଁଶ ବାରିରେ ଅଗ୍ନିକାଣ୍ଡ ଘଟି ତିନୋଟି ବାଉଁଶ ବୁଦା ପୋଡି ଯାଇଛି । ଦିନ ୧୧ଟା ସମୟରେ ହଠାତ ବାଉଁଶ ବୁଦା ମଧ୍ୟରୁ ନିଅଁ ଜଳିବା ଆରମ୍ଭ କରିଥିଲା ।  ସେହି ସମୟରେ ସମ୍ବାଦିକ ଦୀପକ କୁମାର ମିଶ୍ର ଓ ଟିଭି ସାମ୍ବାଦିକ ଦିବାକର ଷଡଙ୍ଗୀଙ୍କ ନଜରକୁ ଆସିଥିଲା  । ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ ମାଧ୍ୟମରେ ଜଣାଇଥିଲେ  ।   ବାଉଁଶ ପତ୍ର ଶୁଖିକି ଥିବାରୁ ନିଆଁ ଚାହିଁ ଚାହୁଁ ବ୍ୟାପି ଯାଇଥିଲା  । ନଡିଆ ଗଛ ଓ ଅନ୍ୟ ଗଛ ଜଳିଯିବା ସହ ବାଉଁଶବୁଦାରେ ଥିବା ପକ୍ଷୀ ମାନେ ନିଆଁଧାସରେ ମରିକି ପଡିଥିବାର ଦେଖାଯାଇଥିଲା  । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ  । କେହି ବାଉଁଶ ପତ୍ରରେ ନିଆଁ ଲଗାଇ ଦେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts