ଦୁଗଲ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଶେଷ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଦିନ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସଂକୀର୍ତ୍ତନ ମାଧ୍ୟମରେ ରାଜ୍ୟ ସକରାରଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ଉପସ୍ଥିତ ଜନସାଧାରଣଙ୍କୁ କରାଯାଇଥିଲା । ଅନୁଷ୍ଠିତ ସଭାରେ ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ,ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସରପଞ୍ଚ ପ୍ରକାଶ ଖଟେଇ, ସଭିତିସଭ୍ୟ ଯଦୁମଣି ପ୍ରଧାନ, ଜିଲ୍ଲାପରିଷଦସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଶୁକଳ ସରପଞ୍ଚ ଜଳନ୍ଦର ସେଠୀ, ମୂଳ ଅଳସା ସମିତିସଭ୍ୟାଙ୍କ ପ୍ରତିନିଧି ସ୍ୱାଧୀନ ଜେନା, ଧୁବନ, ନୂଆସୋମେଶ୍ୱରପୁର ସରପଞ୍ଚଙ୍କ ସହିତ ସାମାଜିକ କର୍ମୀ ବିକ୍ରମ ଜେନା (ରଙ୍ଗା) ସୁବାଷ ପ୍ରଧାନ,ଦୁଗଲ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି କୈଳାସ ଜେନା, ପଞ୍ଚାୟତର ପୁର୍ବତନ ସରପଞ୍ଚ ଭୁବେନେଶ୍ୱର ମୁଦୁଲି . ଦୁଗଲ ପଞ୍ଚାୟତର ନାଏବ ସରପଞ୍ଚ ସୁରମା ସ୍ୱାଇଁ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହ ବ୍ଳକ ଅଧ୍ୟକ୍ଷା ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ପଞ୍ଚାୟତର ମହିଳା ସଂଗଠନର ମଞ୍ଚୁଲତା ପ୍ରଧାନ, କବିତା ପଟ୍ଟନାୟକଙ୍କ ସହିତ ବିଭିନ୍ନ ମହିଳା ସଂଗଠନ ପିଠା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଜିଲ୍ଲା ମହିଳା ମିଶନ ଶକ୍ତି ପକ୍ଷରୁ ମହିଳା ମାନଙ୍କ ମଧ୍ୟରେ ଲୁଡୁ, ହୁଳୁହଳି ଓ ମୁଜ୍ୟକି ଚେୟାର ପ୍ରତିଯୋଗିତା କରାଯାଇଥିଲା । ଲୁଡୁ ଖେଳରେ ରେବତୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହୁଳହୁଳିରେ ମମତା ପରିଡା, ସୁକାନ୍ତି ଦାସ ମିୟୁଜିକ ଚେୟାରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ମିଶନ ଶକ୍ତି ପକ୍ଷରୁ ପୁରଷ୍କୃତ କରାଯାଇଥିଲା । ବ୍ଳକ ଶିଶୁ କ୍ୟାଲଣ ବିଭାଗର ପରିଦର୍ଶିକା ମିତା ନାଗ ଓ ମିଶନ ଶକ୍ତି ବ୍ଳକ ସଂଯୋଜକ ଜ୍ୟୋତିଜୟ ଦେବ ଖେଳ ପରିଚାଳନା କରିଥିଲେ । ପଞ୍ଚାୟତରେ ଭଲ କାର୍ଯ୍ୟ କରିଥିବା ଓ ପିଠାରେ କୃତିତ୍ୱ ହାସଲ କରିଥିବା ମହିଳା ଗୋଷ୍ଠୀ ମାନଙ୍କୁ ଅତିଥି ମାନେ କପ୍ ଓ ଫୁଲତୋଡା ଦେଇ ସମ୍ମାନୀତ କରିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ସଭାରେ ସଂଯୋଜନା କରିଥିଲେ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି