Breaking News

ସତ୍ୟବାଦୀରେ ୭ ଟି କେନ୍ଦ୍ରରେ ୧୫୮୨ ଜଣ ପିଲା ମାଟ୍ରିକ ପରୀକ୍ଷା ଦେବେ

 ସାକ୍ଷୀଗୋପାଳ-----ଶୁକ୍ରବାର ଦିନ ସତ୍ୟବାଦୀ ବ୍ଳକ ଅଧୀନରେ ୭ଟି ପରୀକ୍ଷା କେନ୍ଦ୍ରରେ ୧୫୮୨ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ବୋଲି  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ନୋଡାଲ ସେଣ୍ଟର ର ଅଧିକାରିଣି ଭବମ୍ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି । ସତ୍ୟବାଦୀ ଉଚ୍ଚ ବାଳକ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି । ଶୁକବ୍ରାର ଦିନ ସକାଳ ୬ଟାରୁ  ମାଜିଷ୍ଟେଟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ସତ୍ୟବାଦୀ ବାଳିକା ବିଦ୍ୟାଳୟ, ବୀରଗୋବିନ୍ଦପୁର, ରାୟଚକ୍ରଧରପୁର, ଗବକୁଣ୍ଡର ଜୟଦୁର୍ଗା, ଅଳଗୁମର ଜାଗେଶ୍ୱର ବିଦ୍ୟାପୀଠ , ଶୁକଳ ଉଚ୍ଚ ବିଦ୍ୟାଳୟ ସହିତ ସତ୍ୟବାଦୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଡେପୁଟି ନେଡାଲ ଇନିଚାର୍ଯ୍ୟ ସତ୍ୟବାଦୀ ଦାଶଙ୍କ ଠାରୁ ଜଣାପଡିଛି  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts