ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମା ସରସ୍ୱତୀଙ୍କୁ ପୂଜା
ସାକ୍ଷୀଗୋପାଳ ---- ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ଆଜି ଶିକ୍ଷା ଅନୁଷ୍ଠାନ ମାନଙ୍କର ମା ସରସ୍ୱତୀ ତଥା ବିଦ୍ୟାଦାୟିନୀଙ୍କୁ ଆବହନ କରାଯାଇଛି । ଆଜି ହୋଉଛି ମାଘ ମାସ ଶୁକ୍ଳପଞ୍ଚମୀ ତିଥିରେ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ କାଠ ଅନୁକୂଳ ହୋଇଥାଏ । ଏଣୁ ଆଜିର ଦିନ ସବୁଠାରୁ ଭଲ ଦିନ ବୋଲି କୁହାଯାଇଥାଏ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ, ଅଳଗୁମ, ବଳପୁର, ସାରଙ୍ଗଯୋଡି ଆଦି ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ମହା ଆଡମ୍ବରରେ ମା ବିଦ୍ୟାଦାୟନୀ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସକାଳୁ ପିଲା ମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ôଫୁଲ, ନଡିଆ, ଧୂପ, ଦୀପ ଧରି ନିଜ ନିଜର ଶିକ୍ଷା ଅନୁଷ୍ଠାନରେ ପହଞ୍ଚିଥିବାର ଦେଖାଯାଇଥିଲା । ଦଳ ଦଳ ହୋଇ ପିଲାମାନେ ମନ ଖୁସିରେ ବୁଲିଥିଲେ । ବାହ୍ମଣ ମାନଙ୍କ ଦ୍ୱାରା ମାଙ୍କୁ ଆହବାନ କରାଯିବା ପରେ ପିଲାମାନେ ପୁଷ୍ପାଞ୍ଜଳି ଦେଇଥିଲେ । ଛୋଟ ଛୋଟ ପିଲାମାନେ ଆଜି ଦିନରେ ପାଠ ଅନୁକୂଳ କରିଥିବାର ଦେଖାଯାଇଥିଲା । ଅପରାହ୍ନରେ ବିଦ୍ୟାଳୟ ମାନଙ୍କରେ ଭୋଜି ଭାତର ଆୟୋଜନ କରାଯାଇଥିଲା । ବିଭିନ୍ନ ପୂଜା ସ୍ଥଳରେ ସଜା ଯାଇଥିବା ପାଖରେ ପୁଅ ଝିଅ ମାନେ ଠିଆ ହୋଇ ସେଲଫି ନେବାକୁ ଭୁଲିନଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି