Breaking News

ଟ୍ରେନରେ କଟି ଯୁବକର ମୃତ୍ୟୁ

ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ରେଳ ଷ୍ଟେସନ ଠାରୁ କିଛି ଦୁରରେ ଜଣେ ଯୁବକ ଟ୍ରେନରେ କଟିଯାଇଥିବା ଜଣାପଡିଛି  । ସାକ୍ଷୀଗୋପାଳ ଷ୍ଟେସନ ମାଷ୍ଟରଙ୍କ ଅଭିଯୋଗକୁ ଗ୍ରହଣ କରି ସାକ୍ଷୀଗୋପାଳ ଜିଆରପି ଫାଣ୍ଡି  ଦାୟତ୍ୱରେ ଥିବା ଜଟଣୀ ରେଳୱ ଥାନା ଏ ଏସଆଇ ଅଭିମନ୍ୟୁ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ମାତ୍ର ଉକ୍ତ ଶବଟି ପୁରୀ ତାଳବଣିଆ ଥାନା ଅଧିନସ୍ଥ କୁମୁଟି ପାଟଣା ସାହିର  ସୁମନ୍ତ ନାୟକ (୩୨) ବୋଲି ଜଣାପଡିଛି । ରବିବାର ରାତିରେ ପୁରୀକୁ ଯାଉଥିବା କୌଣସି ଟ୍ରେନ ଆଗରେ ଶୋଇପଡି ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବା ଜଣାପଡିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts