Breaking News

ସତ୍ୟବାଦୀ ମହୋତ୍ସବ ପାଇଁ ମଣ୍ଡଳ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ


 ସାକ୍ଷୀଗୋପାଳ---- ସତ୍ୟବାଦୀ ମହୋତ୍ସବ ଫେବୃୟାରୀ ୧୫ ତାରିଖ ଠାରୁ ତିନିଦିନ ଧରି ପଞ୍ଚସଖା ମୁକ୍ତାକାଶ ପଡିଆରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନୁଷ୍ଠାନ ପକ୍ଷରୁ ସରିଛି । ପ୍ରତିବର୍ଷ ଭଳି ମଣ୍ଡଳ ସ୍ତରୀୟ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକ ସହିତ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଏହି ପ୍ରତିଯୋଗିତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ, ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ ଅନ୍ୟମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା । ସତ୍ୟବାଦୀ ମହୋତ୍ସବ କମିଟିର ସଂଯୋଜକ ଦୀପକ କୁମାର ଶତପଥୀ ଓ ଉପଦେଷ୍ଠା ଦୀଲିପ କୁମାର ମହାନ୍ତିଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ  । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜୁନିୟର, ସିନିୟର ଓ ସବ୍ଜୁନିୟର ତିନିଭାଗ କରାଯାଇ ବକ୍ତୁତା, ସଂଗୀତ, ଚିତ୍ରାଙ୍କନ ଓ ଗ୍ରୁଫ ନୃତ୍ୟ ପରିବେଷଣ କରାଯାଇଥିଲା  । ଏଥିରେ ପ୍ରଥମ, ଦୁତୀୟ ଓ ତୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସତ୍ୟବାଦୀ ମହୋତ୍ସବରେ ଅତିଥି ମାନଙ୍କ ଦ୍ୱାରା ସମ୍ମଦ୍ଧିତ କରାଯିବ । ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ପ୍ରାୟ ୨ଶହରୁ ଅଧିକ ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ସିଆରସିସି ବସନ୍ତ କୁମାର ସ୍ୱାଇଁ, ରାମଚନ୍ଦ୍ର ଦାଶ, ମାନସ ରଞ୍ଜନ ସ୍ୱାଇଁ, ବିଜୟ କୁମାର ଦାଶ, ଦୀପ୍ତି ରଞ୍ଜନ ସାହୁ ଶିକ୍ଷକ ଉମାକାନ୍ତ ମିଶ୍ର ଓ ଲକ୍ଷ୍ମୀ ପ୍ରସାଦ ପାଣି ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନା

Blog Archive

Popular Posts