ହୃଦଘାତରେ ଗାନ୍ଦିବାଦୀ ଅକ୍ଷୟ ନାୟକଙ୍କର ପରଲୋକ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମର ଅକ୍ଷୟ ନାୟକ ( ଟୁନାବାବୁ ) ୮୪ ବର୍ଷରେ ହୃଦଘାତରେ ପରଲୋକ ହୋଇଯାଇଛି । ଡେଲାଙ୍ଗରେ ଟୁନାବାବୁ ଭାବରେ ବେଶ ପରିଚିତ ଥିଲେ । ଏପରିକି ଡେଲାଙ୍ଗରେ ସେ ଗାନ୍ଧିପୀଠ ଉନ୍ନତି ସହିତ ଗାନ୍ଧୀ ଯେଉଁ ସାତଦିନ ଏଠାରେ ଯେଉଁ ରହିଥିଲେ ସେହି କଥାକୁ ମନେପକାଇବା ପାଇଁ ସେ ଅହରହ ଉଦ୍ୟମ କରି ଆସୁଥିଲେ । ଏଥିପାଇଁ ଗାନ୍ଧି ସ୍ମାରକୀ ସମିତି ନାମରେ ଏକ ଅନୁଷ୍ଠାନ ଗଠନ କରି ତାର ସଭାପତି ଭାବରେ ରହିଥିଲେ । ୩୦ ତାରିଖରେ ବେରବୋଇ ଗାନ୍ଧିପୀଠର ଅବହେଳା ପ୍ରତିବାଦରେ ଗାନ୍ଧିପୀଠ ଆଗରେ ସତ୍ୟାଗ୍ରହ ସହିତ ଧାରଣା ଦେଇଥିଲେ । ଏହା ସହିତ ବିଭିନ୍ନ ସଂଗଠନ ସହିତ ସେ ଜଡିତ ଥିଲେ । ଡେଲାଙ୍ଗରେ ପ୍ରଭାତ କ୍ଳବ ଓ ସତ୍ୟ ନାରାୟଣ ଯୁବ ପରିଷଦକୁ ଏକାଠି କରି ଡେଲାଙ୍ଗ ଷ୍ଟେସନ ବଜାରରେ ବେଶ ସୁନାମ ଅର୍ଜନ କରିବା ସହ ପ୍ରଭାତ କ୍ଳବର ସ୍ୱତନ୍ତ୍ରତା ସୃଷ୍ଟି କରାଇବାରେ ସେ ମୁଖ୍ୟ ଭୂମିିକା ନେଇଥିଲେ । ଶୁକ୍ରବାର ଭୁବନେଶ୍ୱର ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏକ ବେସରକାରୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଯାଇଥିଲା । ଏହି ଖବର ଗ୍ରାମରେ ପହଞ୍ଚିବା ମାତ୍ରେ ଶୋକରଛାୟା ଖେଳିଯାଇଥିଲା । ଶ୍ରୀ ନାୟକଙ୍କର ପାର୍ଥବ ଶରୀରକୁ ନିଜ ଜନ୍ମସ୍ଥାନ ବେରବୋଇ ଗ୍ରାମକୁ ଅଣାଯାଇଥିଲା । କିଛି ସମୟ ପାଇଁ ଗ୍ରାମରେ ରଖାଯିବା ସହିତ ଗାନ୍ଧିପୀଠ ଠାରେ ଗାନ୍ଧି ସ୍ମାରକୀ ସମିତି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେହିପରି ପ୍ରଭାତ କ୍ଳବ ନିକଟରେ କିଛି ସମୟ ପାଇଁ ରଖାଯିବା ସହ କ୍ଳବର ସଦସ୍ୟ ପୁରୁଷୋତ୍ତମ ପଟ୍ଟନାୟକ, ସରୋଜ ମିଶ୍ର, ସୁଶାନ୍ତ ବିଶ୍ୱାଳ, କ୍ଳବର କୋଷାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ ସମ୍ବାଦିକ ଦୀପକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ଝିଅ ମୁଖାଗ୍ନି ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି