ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ--- ବକୁଳବନ ମହୋତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୧୨ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ବୈଠକ ଆରମ୍ଭରୁ ଶହୀଦ ଯବାନଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବକୁଳବନ ମହୋତ୍ସବ ପାଳନ କରାଯିବା ପାଇଁ ପଞ୍ଚସଖା ସ୍ମୃତି ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଦ୍ୱାଦଶ ବାର୍ଷିକ ମହୋତ୍ସବ ପାଳନ ପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ବିଶେଷ କରି ଦିନିକିଆ ମହୋତ୍ସବ ହୋଇଥିଲେ ମଧ୍ୟ ଏହା ସ୍ଥାନୀୟ କଳାକାର , ପରମ୍ପରା ଓ ସଂସ୍କୃତିକୁ ନେଇ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ପ୍ରତିବର୍ଷ ଭଳି ପ୍ରକାଶ ପାଉଥିବା ବକୁଳବନର ବାର୍ତ୍ତା ସ୍ମରଣୀକା ପାଇଁ ଲେଖା ପଠାଇବାକୁ ମହୋତ୍ସବର ସମ୍ପାଦକ ସଚିକାନ୍ତ ବିଶ୍ୱାଳ କହିଥିଲେ । ଅନୁଷ୍ଠାନର ଉପସଭାପତି ରବୀ୍ନ୍ଦ୍ରନାଥ ଷଡଙ୍ଗୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜିବୀ ଗୁଣ୍ଡିଚା ବରାଳ, ଅଞ୍ଜନ କୁମାର ହୋତା ସାମାଜିକ କର୍ମୀ ଅମରନନ୍ଦ, ଯଯାତି କେଶରୀ ରାୟ, ଶଙ୍କର୍ଷଣ ମିଶ୍ର, ଚନ୍ଦ୍ରଶେଖର ହୋତା, ସାମ୍ବାଦିକ ଦେବତିକ୍ତ ମିଶ୍ର,ରାଜକିଶୋର ମହାପାତ୍ର, ଓ ଧିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇ ସଭାଭଙ୍ଗ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି