ଦ୍ୱାଦଶ ବାର୍ଷିକ ଅଷ୍ଟପ୍ରହରୀ ଓ ନାମଯଜ୍ଞ

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ରଙ୍ଗଣିସାହି ଓ ଗୋପାଳପୁରପାଟଣା ସଭ୍ୟ ମାନଙ୍କ ସହଯୋଗରେ ରଙ୍ଗଣିସାହି ସ୍ଥିତ ମହାବୀର ଯାଗା ନିକଟରେ ଦ୍ୱାଦଶ ବାର୍ଷିକ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଛି । କୁମ୍ଭ ୩ଦିନ ଇଂରାଜୀ ୧୫ ତାରିଖରୁ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟକର୍ତ୍ତା ଭାବେ ରଙ୍ଗଣିସାହିର ଫଗୁ ଜେନା ରହିଛନ୍ତି । ପୁରାଣଶାସ୍ତ୍ରରେ ରହିଛି କଳିଯୁଗେ ଶେଷ୍ଠ କୀର୍ତ୍ତନ ହୋଉଛି “ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ , ହରେ ରାମ ହରେ ରାମ ରାମ ରାମ ହରେ ” । ଏହି ଶଦ୍ଧ ଯେତେ ଯେତେ ଦୂର ପର୍ଯ୍ୟନ୍ତ ଯିବ ବା ବାଟରେ ଯାଉଥିବା ଲୋକ କାନରେ ପଡିଲେ ସେ କିଛିଟା ପାପରୁ ପୁଣ୍ୟ ମିଳିଥାଏ ବୋଲି କଥାରେ ରହିଛି । ଏଣୁ ବିଭିନ୍ନ ଗ୍ରାମ ମାନଙ୍କରେ ଅଷ୍ଟପ୍ରହରୀ ସହ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଥାଏ ବୋଲି ଗ୍ରାମର ପୁରୁଖା ଲୋକମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଏହା କରାଗଲେ ଗ୍ରାମର ଉନ୍ନତି ହେବ ବୋଲି ବିଶ୍ୱାସ ରହିଛି । ଏହି ଉପଲକ୍ଷେ ଗ୍ରାମରେ ଆମିଷ ପ୍ରବେଶ ନିଷେଧ ସହିତ ସମସ୍ତଙ୍କ ଘର ଆଗରେ ପୁର୍ଣ୍ଣକୁମ୍ଭ ଘଟ ଓ ଦ୍ୱୀପ ଜଳୁଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି