Breaking News

ମା ଜାଗେଶ୍ୱରୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ସ୍ଥିତ ମା ଜାଗେଶ୍ୱରୀଙ୍କ ପୀଠରେ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିବସରେ ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । କଳସ ସ୍ଥାପନ ପରେ ଶାଲପୂଜା, ସୁର୍ଯ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନ ଆଦିକାର୍ଯ୍ୟ କରାଯାଇଥିଲା  । ଲକ୍ଷ୍ମୀକାନ୍ତ ବିଶ୍ୱାଳ ସପନ୍ନୀକ ଯଜ୍ଞରେ କର୍ତ୍ତା କର୍ତ୍ତି ଭାବେ କାର୍ଯ୍ୟ ସମାପନ କରିଥିଲେ  । ପଣ୍ଡିତ ବିଜୁଳି ମିଶ୍ର ଓ ତାଙ୍କ ସାଥୀ ମାନେ ଯଜ୍ଞକର୍ମ ସମ୍ପାଦନ କରିଥିଲେ  । ଏହି ଅବସରରେ ଗ୍ରାମରେ ସମସ୍ତଙ୍କ ଦୁଆର ମୁହଁରେ କଳସ ବସିବା ସହ ଦ୍ୱୀପ ଜଳୁଥିଲା  । ପୂର୍ଣ୍ଣାହୁତି ସମୟରେ ଗ୍ରାମର ଶତାଧିକ ମହିଳା ପୁରୁଷଙ୍କ ସମାଗମ ହୋଇଥିଲା  । ରାତିରେ ସମୂହ ପ୍ରସାଦ ସେବନ କରିଥିଲେ  । ଗ୍ରାମବାସୀଙ୍କ ପକ୍ଷରୁ ଲଲାଟେନ୍ଦୁ ବିଶ୍ୱାଳ, କାଳୁ ଚରଣ ବିଶ୍ୱାଳ, ଜୟ ନାରାୟଣ ମହାନ୍ତି, ଗଗନ ପ୍ରଧାନ, ସର୍ବେଶ୍ୱର ବିଶ୍ୱାଳ ଓ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts