Breaking News

ଜୋନ ସ୍ତରୀୟ କଂଗ୍ରେସ କର୍ମୀ ବୈଠକ

ସାକ୍ଷୀଗୋପାଳ----- ସତ୍ୟବାଦୀରେ  କଂଗ୍ରେସ ଦଳ  ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ମୀ ବୈଠକ ଚାଲିଛି । ବିଭିନ୍ନ ଗ୍ରାମ ବୈଠକ ସରିବା ପରେ ଏବେ ଜୋନ ସ୍ତରୀୟ ବୈଠକ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକର କେନ୍ଦ୍ର ଜୋନର ଜୟପୁର ସ୍ଥିତ କଲ୍ୟାଣମଣ୍ଡପରେ ମଙ୍ଗଳବାର ଦିନ ଆଇନଜିବୀ ପୁଷ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା , ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ ହୋତା, ବ୍ଳକ କଂଗ୍ରେସ ଉପସଭାପତି ସୁରେନ୍ଦ୍ର ସାହୁଙ୍କ ସହିତ ଶଙ୍କରର୍ଷଣ  ପ୍ରଧାନ, ପ୍ରଦୀପ କୁମାର ହରିଚନ୍ଦନ ପ୍ରମୁଖ ଯୋଗଦେଇ କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନଙ୍କୁ ଆସନ୍ତା ନିର୍ବାଚନରେ ଜିତାଇବା ପାଇଁ ଉପସ୍ଥିତ ଥିବା କର୍ମୀ ମାନେ ଶପଥ ନେଇଥିବା ଶ୍ରୀ ହୋତାଙ୍କ ଠାରୁ ପ୍ରକାଶ  । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts