Breaking News

ସତ୍ୟବାଦୀ ମହୋତ୍ସବର ୨ୟ ସନ୍ଧ୍ୟା,ପାରମ୍ପାରିକ ନାଚ ଗୀତରେ ଝୁମିଲେ ଦର୍ଶକ

ସାକ୍ଷୀଗୋପାଳ ---- ଓଡିଶାରେ ବିଭିନ୍ନ ସ୍ଥାନରେ ମହୋତ୍ସବ  ପାଳନ କରାଯାଉଛି । ମାତ୍ର ସତ୍ୟବାଦୀ ମହୋତ୍ସବ ସ୍ୱତନ୍ତ୍ରତା ବଜାୟ ରଖିଛି  । ରହିଛି । ଯେଉଁ  ଠାରେ ଶିକ୍ଷା, ଓ ଜ୍ଞାନ ଯେଉଁ ମାଟିରୁ ଉତ୍ପନ୍ନ ହୋଇଥିଲା ସେ ମାଟି ହୋଉଛି ସତ୍ୟବାଦୀ  । ଯେଉଁଠି ଶିକ୍ଷା, ସଂସ୍କୃତି, କଳା, ପରିମ୍ପରା ଆଦି ବଜାୟ ରଖିବା ପାଇଁ ଉଦ୍ୟମ ହୋଇଥିଲା ସେ ହୋଉଛି ଏହି ସତ୍ୟବାଦୀ । ସେଥିପାଇଁ ସତ୍ୟବାଦୀ ମହୋତ୍ସବ କମିଟି ଶିକ୍ଷା ବିଭାଗକୁ ଗୋଟିଏ ଦିନ ଦେଇ ଓଡିଶାରେ ସ୍ୱତନ୍ତ୍ରତା ରଖିଛନ୍ତି ଯାହାକି ଅନ୍ୟ କେଉଁ ମହୋତ୍ସବରେ ଏହି ପରମ୍ପରା ଦେଖିବାକୁ ମିଲିନଥାଏ ବୋଲି ଶିକ୍ଷା ବିଭାଗର ଅତିଥି  ଅତିଥି ମାନେ କହିଥିଲେ  ।  କଳା ସସ୍କୃତିକୁ  ଉଦଯିବୀତ କରିବା ସହ ଅନ୍ୟ ରାଜ୍ୟରେ ପହଞ୍ଚାଇବା ଏହି ମହୋତ୍ସବର ମୁଖ୍ୟଲକ୍ଷ୍ୟ ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ  ।   ଶନିବାର ଥିଲା ସତ୍ୟବାଦୀ ମହୋତ୍ସବ୨ୟ ସନ୍ଧ୍ୟା  । ଅତିଥି ଭାବରେ   ପୂତ ନଗରପାଳ ପୁରୀ  ଜୟନ୍ତ କୁମାର ଷଡଙ୍ଗୀ , ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଳଭ ମିଶ୍ର, ସଂଯୋଜକ ଦୀପକ କୁମାର ଶତପଥୀ,ସମ୍ପାଦକ ଜାନକୀ ବଲ୍ଳଭ ବରାଳ ଓ ଉପଦେଷ୍ଟା ଦୀଲିପ କୁମାର ମହାନ୍ତି  ପ୍ରମୁଖ ଯୋଗଦେଇ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ  ।  ଉତ୍ସବ ପାଇଁ  ବ୍ଳକ ସ୍ତରୀୟ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତୀ  ଛାତ୍ର ଛାତ୍ରୀ ମାନଙ୍କୁୁ  ପୂର୍ବତନ ବ୍ଳକ ଶିକ୍ଷା ଅଧିକାରୀ କଳ୍ପନା ହାଁସଦା, ଧୁବ ଚରଣ ଜେନା ମଣ୍ଡଳ ଶିକ୍ଷା ଅଧିକାରୀ , ମଣ୍ଡଳ ସହ ଶିକ୍ଷା ଅଧିକାରୀ ତ୍ରିଲୋଚନ ପ୍ରଧାନ, ଆରତ୍ରତ୍ତ୍ରାଣ ମିଶ୍ର, ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭବମ୍ ପ୍ରଧାନ ଓ ରାଜ୍ୟ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ମହା ସଚ୍ଚିବ ବିକ୍ରମ ରଥ ଦୁତୀୟ ସଂଧ୍ୟାରେ ଯୋଗଦେଇ ପୁରଷ୍କାର ବିତରଣ କରିଥିଲେ  । ସିଆରସିସି ବସନ୍ତ କୁମାର ସ୍ୱାଇଁ, ଦୀପ୍ତ ରଞ୍ଜନ ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ସ୍ୱାଇଁ ଓ ଶିକ୍ଷକ ସୁନୀଲ କୁମାର ବେହେରା ପୁରଷ୍କାର ବିତରଣି ଉତ୍ସବରେ ସହଯୋଗ କରିଥିଲେ  । ୨ୟ ସନ୍ଧ୍ୟାର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଆଳସରଙ୍ଗ ମା ଅଷ୍ଟଭୂଜା ଗୋଟିପୁଅ ନୃତ୍ୟୁ ପରିଷଦର କଳାକାର ମାନଙ୍କ ଦ୍ୱାରା ଗୋଟିପୁଅ ନୁୃତ୍ୟ, ପଟ୍ଟନାୟକିଆ ସ୍ଥିତ ଓଡିଶୀ ଅନୁଷ୍ଠାନ ପକ୍ଷରୁ ରୋଜାଲିନ ସୁନ୍ଦରାୟ ଓ ସାଥୀ ମାନେ ଓଡିଶୀ ନୃତ୍ୟୁ, ପଲ୍ଲବୀ ଅନୁଷ୍ଠାନର ପକ୍ଷରୁ ପାରମ୍ପାରିକ ଲୋକକଳା ନୃତ୍ୟୁ, ସତ୍ୟବାଦୀ ମହୋତ୍ସବ ଅନୁଷ୍ଠାନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଶଳାଂପ’ ନୃତ୍ୟୁ ନାଟିକା ପରିବେଷଣ କରାଯାଇଥିଲା  । ସମ୍ଭଲପୁର ଅନୁଷ୍ଠାନ ପକ୍ଷରୁ ଢ଼ୋଲ ମହୁରୀ ବାଦ୍ୟ ଓ ନୃତ୍ୟୁ ଅନୁଷ୍ଠିତ ହୋଇଥିଲା । ଓଲିଉଡ ଅଭିଜିତି ମ୍ୁମଦାର ଓ ତାଙ୍କ ସାଥୀ ମାନଙ୍କ ଦ୍ୱାରା ନୃତ୍ୟୁ ସଂଗୀତ ଭରା ନାଇଟ ସୋ ଦେଖିବାକୁ ଦର୍ଶକ ମାନଙ୍କ ଭିଡ ଲାଗିଥିଲା  ।  ବିଶ୍ୱଜିତି ମହାପାତ୍ର, ପ୍ରଶାନ୍ତ ବାରିକ, ପ୍ରାଚୁର୍ଯ୍ୟ ହୋତା, ଭବାନୀ ଶଙ୍କର ନନ୍ଦ, ରମା ବଲ୍ଳଭ ବରାଳ, ଭଗବାନ ବେହେରା, ବିଶଭୂଷଣ ପଟ୍ଟନାୟକ , ପିୟ ରଞ୍ଜନ ଓ ବିଶ୍ୱନାଥ ପ୍ରଧାନଙ୍କ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ଅଞ୍ଜନ କୁମାର ହୋତା ଆଇନଜୀବି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ମନ ପସନ୍ଦ ସଂଗୀତ ଶୁଣିବା ସହ  ପଡିଆରେ ଫାଷ୍ଠଫୁଡର ମଜା ଉଠାଇଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts