Breaking News

ପ୍ରଥମ କରି ପିପିଲି ପୋଲିସ ଜବତ କଲା ୮.୨ ଗ୍ରାମ ବ୍ରାଉନସୁଗାର ; ୫ ଯୁବକ ଗିରଫ

ପିପିଲି----ପିପିଲି ପୋଲିସକୁ ମିଳିଛି ଏକ ବଡ ସଫଳତା । ପିପିଲି ଥାନା ଅଞ୍ଚଳରେ ଏକ ବ୍ରାଉନସୁଗାର କାରବାର ବେଳେ ପିପିଲି ପୋଲିସ ଚଡାଉ କରି ୫ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮.୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାରକି ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ଅଟୋରିକ୍ସା, ୩ଟି ମୋବାଇଲି ଓ ଦୁଇଟି ଗାଡି ପୋଲିସ ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଯୁବକ ମାନେ ହେଲେ ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଅଞ୍ଚଳର ଟୁଲୁ ଓରଫ ଧିରେନ୍ଦ୍ର ମହାରଣା (୨୬), ସରୋଜ କୁମାର ସାହୁ (୨୨) ବଳଙ୍ଗା ଥାନା ହରିପୁର ଅଞ୍ଚଳର କୁଶା ଓରଫ କୃଷ୍ଣଚନ୍ଦ୍ର ନାୟକ(୨୬) କୁନୁ ଓରଫ ପ୍ରକାଶ କୁମାର ନାୟକ (୨୩) ଓ ପିପିଲି ଥାନା ଦାନୋଗହିର ର ସନିଆ ଓରଫ ମହମ୍ମଦ ମୁସରଫ(୨୮)  ।  ବାଲେଶ୍ୱରରୁ ବ୍ରାଉନସୁଗାର ଖୋର୍ଦ୍ଧାକୁ ଆସିଥାଏ  । ସେଠାରୁ ଏହି ର‌୍ୟାକେଟ ଦଳ ପିପିଲିର ବିଭିନ୍ନ ଅଞ୍ଚଳରେ ବିକ୍ରୟ କରିଥାନ୍ତି । ସରୋଜ ଓ ଧିରେନ୍ଦ୍ର ଦୁିଜଣ ଯାକ ସନିଆ , କୃଷ୍ଣ ଓ ପ୍ରକାଶକୁ ଏମାନେ ସେବନ କରିବା ସହ ବିକ୍ରୟ ମଧ୍ୟ କରିଥାନ୍ତି । ମାତ୍ର ଏମାନଙ୍କ ମାଷ୍ଟର ମାଇଣ୍ଡ ଅନ୍ୟ ତିନିଜଣ ଯୁବକଙ୍କୁ ପୋଲିସ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି । ପିପିଲି ବଜାର ସହିତ ଆଖପାଖ ଅଞ୍ଚଳରେ ଏହି ନିଶା କାରବାର ଚାଲିଥିଲା  । ପିପିଲି ପୋଲିସ ଥାନା ଅଧିକାରୀ ଶରତ କୁମାର ସାହୁ ଏମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ  । ସେହି ଜାଲରେ ଆଜି ୫ଜଣ ଯୁବକ ଧରାପଡିଛନ୍ତି ବୋଲି ପିପିଲିରେ ଆଲେଚନା ହୋଉଛି  । ପିପିଲି ଥାନା ଅଧିକାରୀ ଶ୍ରୀ ସାହୁ ପିପିଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହି ନିଶା କାରବାର ହୋଉଥିବା ଜାଣିଲେ ତୁରନ୍ତ ପୋଲିସକୁ ଖବର ଦେବାପାଇଁ କହିଛନ୍ତି । ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଦିନ ପୁରୀ କୋର୍ଟକୁ ପଠାଯିବ ବୋଲି ଶ୍ରୀ ସାହୁଙ୍କ ଠାରୁ ସୁଚନା ମିଳିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts