Breaking News

ମୁନିଦା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଗଲା

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକରେ ମୁନିଦା ଗ୍ରାମ ପଞ୍ଚାୟତ ରାଜ୍ୟ ସାରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ଅଗ୍ରସ୍ଥାନରେ ରହିଥାଏ  ।  ଉକ୍ତ ପଞ୍ଚାୟତରେ ଜନ ସାଧାରଣଙ୍କୁ ସହଯୋଗ କରିବା ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି । ଗୁରୁବାର ମୁନିଦା ଗ୍ରାମ ପଞ୍ଚାୟତରେ  ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି କୁମୁଡାଳ ଗ୍ରାମର ପ୍ରମୋଦ ଜେନା ଅତି ସରଳ ଭାବରେ ରାଜ୍ୟ ସକରାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ଉପସ୍ଥିତ ଥିବା ପୁରୁଷ ମହିଳା ମାନଙ୍କୁ ଜଣାଇବା ସହ ବିଭିନ୍ନ ଯୋଜନାର ଟୋଲଫି ପୋନ ନଂ ଲୋକମାନଙ୍କୁ ଜଣାଇଥିଲେ  । ଶେଷରେ ନିଜେ ରାଜ୍ୟ ସକରାରଙ୍କ ଜନହିତକର ଯୋଜନା ସମ୍ପର୍କେ ପ୍ରଚାର ପ୍ରସାର କରୁଥିବା ବେଳେ ନିଜେ ଏହି ଯୋଜନାରୁ ବାଦ ପଡିଥିବା ପାଲା ମାଧ୍ୟମରେ ବ୍ଳକ ଅଧ୍ୟକ୍ଷଙ୍କୁ ଜଣାଇଥିଲେ  । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ମତବ୍ୟକ୍ତ କରିବା ସହ ମୁନିଦା ଗ୍ରାମ ପଞ୍ଚାୟତ ବ୍ଳକର ନଂ-୧ ଗ୍ରାମ ପଞ୍ଚାୟତ ଭାବରେ ରହିଛି ବୋଲି କହିଥିଲେ  । ଏଣିକି କୌଣସି ଯୋଜନା ବା କଥା ଲୁଚାଇ ରଖି ପାରିବ ନାହିଁ ବୋଲି କହିଥିଲେ  । ଅନ୍ୟତମ ଅତିଥି ଭାବେ ସିଡିପିଓ କାମିନୀ ପ୍ରଭା ସ୍ୱାଇଁ , ସରପଞ୍ଚ ସନ୍ଧ୍ୟାରାଣି ପରିଡା, ମହିଳା ମିଶନ ଶକ୍ତି ଦାୟତ୍ୱରେ ଥିବା ପରିଦର୍ଶିକା ସଂଘମିତ୍ରା ବେହେରା, ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  । କାର୍ଯ୍ୟକ୍ରମକୁ ଆତ୍ମାର ପୂର୍ବତନ ସଭାପତି ବସନ୍ତ ବେହେରା ସଭାଟିକୁ ପରିଚାଳନା କରିଥିଲେ  । ଏହି ଅବସରରେ ପୂର୍ବତନ ସରପଞ୍ଚ ଶ୍ରୀ ପରିଡା ଯୋଗଦେଇ ରାଜ୍ୟ ସକରାରଙ୍କ ବିଭିନ୍ନ ଯୋଜନା ସମ୍ପର୍କେ ଆଲେଚନା କରିବା ସହ ଆଜିର ଏହି ପିଠା କାର୍ଯ୍ୟକମରେ ୯୬ ଜଣଙ୍କୁ ନୂତନ ଭାବରେ ଭର୍ତ୍ତା  କାର୍ଡ ବଣ୍ଟନ, ୨୫୦ଟି ପରିବାରଙ୍କୁ ଏଲଇଡି ବଲ ଯୋଗାଣ ଓ ୪୯ ଜଣଙ୍କୁ ରାଜ୍ୟ ସକରାରଙ୍କ ଖାଦ୍ୟ ଆଇନ ଅନୁଯାୟୀ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ସୁଚନା ପ୍ରଦାନ କରିବା ସହ ଆସନ୍ତା ୨୩ ତାରିଖ ଦିନ ୬ କୋଟି ୫୧ଲକ୍ଷ ଟଙ୍କା ବ୍ୟୟରେ ମୁନିଦା ଠାରେ ଲୁଣା ସେତୁର ଶିଳାନ୍ୟାସ କରାଯିବ ବୋଲି ଘୋଷଣା କରିଥିଲେ   । ସେହିପରି ଆମକୁ ସ୍ୱତନ୍ତ ପରିଚୟ  ବା ‘ଶକ୍ତି ’ରଥକୁ ସରପଞ୍ଚ ସନ୍ଧ୍ୟାରାଣି ପରିଡା, ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା ଅଙ୍ଗନୱାଡି କର୍ମୀ ମହିଳା ଗୋଷ୍ଠୀ ମାନେ ରାସ୍ତା ଉପରୁ ଧୁପ, ଦୀପ ଦେଇ ହୁଳହୁଳି ପକାଇ ସଭାମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ  । ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ମହିଳା ମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା  । ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପିଠା ପ୍ରଦର୍ଶିତ କରାଯାଇଥିଲା  । ଅଭିମନ୍ୟୁ ପରିଡା, ଗଗନ ବିଶ୍ୱାଳ ଓ ଅମୀୟ ପରିଡାଙ୍କ ସହ ପ୍ରମୁଖ ପିଠା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts