Breaking News

ଭୟାବହ ଅଗ୍ନିକାଣ୍ଡ ୧୨ ବଖରା ଘର ପୋଡି ଯିବା ସହ ୨ ଗାଈ, ମଟର ସାଇକେଲ ଓ ୪୪ ହଜାର ନଗଦଟଙ୍କା ପୋଡି ଗଲା

 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନିପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୫ଟି ପରିବାର ୧୨ ବଖରା ଘର ପୋଡି ପାଇଁଶ ହୋଇଯାଇଛି । ସେମାନେ ହେଲେ ରମାକାନ୍ତ ମହାପାତ୍ରଙ୍କର (୩) ବଖରା, ଭାଷ୍କର ମହାପାତ୍ରଙ୍କର (୨) , କଣ୍ଡୁରି ମହାପାତ୍ରଙ୍କର (୨) ଉମାକାନ୍ତ ମହାପାତ୍ରଙ୍କର (୨) ପର୍ଶୁରାମ ମହାପାତ୍ରଙ୍କର ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହା ସହିତ ସଦାତନ ମହାପାତ୍ର, କେଳୁ ମହାପାତ୍ର ଓ ଡାହୁକ ମହାପାତ୍ରଙ୍କର ଆଂଶିକ କ୍ଷତି ହୋଇଛି । ଏହି ଅଗ୍ନିକାଣ୍ଡରେ ସବୁଠାରୁ ଅଧିକ କ୍ଷତି ହୋଇଛି ରମାକାନ୍ତଙ୍କର  । ଘରେ ରଖିଥିବା ନଗଦ ୪୪ ହଜାର ଟଙ୍କା ସହିତ ଦୁଇଟି ଗାଇ, ଗୋଟିଏ ସ୍କୁଟି ମଟର ସାଇକେଲ ଓ ୩ଟି ସାଇକେଲ ସମ୍ପର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ମାତ୍ର ସତ୍ୟବାଦୀ ବ୍ଳକ ଠାରୁ ଉକ୍ତ ଗ୍ରାମର ଦୂରତା ପ୍ରାୟ ୧୦ କିମି ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଖବର ପାଇବା ଠାରୁ ଦୁଇଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ   । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କ ମନରେ କ୍ଷୁବ୍ଧ ପ୍ରକାଶ ପାଇଥିଲା  । ଗ୍ରାମବାସୀ ଓ ସମିତିସଭ୍ୟ ପଶାନ୍ତ ମହାପାତ୍ର କହିଛନ୍ତି ଯଦି ଠିକ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ଯାଇଥାନ୍ତା ତା ହେଲେ ଏତେ କ୍ଷତି ହୋଇନଥାନ୍ତା ବୋଲି ସେମାନେ କହିଛନ୍ତି । ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସାହାର୍ଯ୍ୟ କରିଛନ୍ତି । ଅତିରିକ୍ତ ତହସିଲଦାର ପ୍ରସନ୍ନ ସମାନ୍ତରାୟ. ଏଆରଆଇ, ପଞ୍ଚାୟତର କାର୍ଯ୍ୟ ନିର୍ବହୀ ଅଧିକାରିଣି ସମିଷ୍ଠା ସେଠୀ, ସମାଜସେବୀ ପ୍ରମୋଦ ରାଉତରାୟ, ସରପଞ୍ଚ ଦୁଷନ୍ତ ପ୍ରଧାନ ପ୍ରମୁଖଙ୍କ ସହିତ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି । ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଇଁଶ ହୋଇଯାଇଥିବା ଜଣାପଡିଛି  ।  ତହସିଲ କାର୍ଯ୍ୟାଳୟ ପକ୍ଷରୁ  ପଲିଥିନି ଓ ଶୁଖିଲାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ଖବର ପାଇ ବ୍ଳକ ଅଧ୍ୟକ୍ଷା , ପଞ୍ଚାୟତର ବିଜେଡି ସଭାପତି ଚନ୍ଦ୍ରମଣି ଜେନା, ମୂଳଅଳସା ସମିତିସଭ୍ୟାଙ୍କ ପ୍ରତିନିଧି ସ୍ୱାଧୀନ ଜେନା, ଶୁକଳ ସମିତିସଭ୍ୟ ଜଳନ୍ଦର ସେଠୀ, ହୃଷିକେସ ଜେନା, ସୁବାଷ ଜେନା, ବସନ୍ତ ମହାପାତ୍ର, ବିଶ୍ୱନାଥ ଜେନା, ମିଟୁ ଜେନା, ଦୁଶାସନ ଜେନା ଓ  ପୂର୍ବତନ ବିଧାୟକ ରମା ରଞ୍ଜନ ବୂିୟାରସିଂହ ଓ ବିଜେପିର ଯୁବନେତା ଓମ ପ୍ରକାଶ ମିଶ୍ର , ପୂର୍ବତନ ବିଧାୟକ ପଅ୍ରସାଦ ହରିଚନ୍ଦନ , ଦେବ ଲେଭାନ, ଶଙ୍କର ପ୍ରଧାନ ପ୍ରମୁଖ ଅଗ୍ନିବିପନ୍ନ ପରିବାରଙ୍କୁ  ଭେଟି ସମବେଦନା ଜଣାଇବା ସହ ପଲିଥିନି ଓ ଶୁଖିଲାଖାଦ୍ୟ ପ୍ରଦାନ କରିଥିଲେ  । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ବିଜୁପକ୍କାଘର ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts