ଦେକାନ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ପିପିଲି --- ପିପିଲି ବ୍ଳକ ଅନ୍ତର୍ଗତ ଭାରତୀପୁର ଗ୍ରାମ ପଞ୍ଚାୟତର ହସନପୁର ଠାରେ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟାୟ ବରାଦରେ ଏକ ଦେକାନ ଗୃହ ନିର୍ମାଣ କରିବା ପାଇଁ ବିଧାୟକ ପ୍ରଦୀପ ମହାରଥୀଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ପ୍ରଧାନ, ଆତ୍ମାର ସଭାପତି ଧରିଣୀ ଧର ସାହୁ, ସରପଞ୍ଚ ସୌଭାଗିନୀ ନନ୍ଦ, ସମିତି ସଭ୍ୟ ହରି ମାଝୀ ଓ ଯୁବ ସଂଗଠକ ଆତ୍ତଅର୍ବନ୍ଦୁ ସାମନ୍ତରାୟଙ୍କ ସହ ବିଜୁଯୁବବାହିନୀ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର