ପୁରୀ ଜିଲ୍ଲାର ନବ ନିର୍ମାଣ କୃଷକ ସଂଗଠନର ବୈଠକ
ସାକ୍ଷୀଗୋପାଳ---- ୍ଆସନ୍ତା ୨୧ ତାରିଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ପାଇଁ ଦିଆଯାଇଥିବା ଡାକରାର ପ୍ରସ୍ତୁତି ବୈଠକ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଚାଷୀଙ୍କୁ ଯଦି ରାଜଧାନୀ ମନା ତେବେ ନେତାଙ୍କୁ ଗାଁ ମନା ନେଇ ଆଲେଚନା କରାଯାଇଥିଲା । ରାଷ୍ଟୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ କୃଷକ ମାନଙ୍କ ପାଇଁ ପ୍ରାଇସି, ପ୍ରୋଷ୍ଟିଜ ଓ ପେନସନ ଲାଗୁ କରିବା ପାଇଁ ଅନୁଷ୍ଠିତ ସଭାରେ ଆଲେଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର, ପ୍ରଫୁଲ କୁମାର ଜେନା, ଅମର ନାୟକ, ନୁର୍ଭା ବାରିକ, କୁନି ମହାପାତ୍ର, ସଚ୍ଚିକାନ୍ତ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ୧୧ଗୋଟି ବ୍ଳକର ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ବୈଠକରେ ଶତାଧିକ ଚାଷୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି