ସହିଦ ଯବାନଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହମବତୀ ଶୋଭାଯାତ୍ରା
ଡେଲାଙ୍ଗ---- ଡେଲାଙ୍ଗ ମଣ୍ଡଳ ଶିକ୍ଷକ ସଂଘ ପକ୍ଷରୁ ସହିଦ ଭାରତୀୟ ଯବାନ ସହିଦ ମାନଙ୍କ ଉଦ୍ଦେଶ୍ୟରେ ବେରବୋଇ ଗାନ୍ଧୀ ପୀଠରୁ ସୋମବାର ଦିନ ସଂଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଡେଲାଙ୍ଗ ବଜାର ପରିକ୍ରମା କରି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସଂଘର ସଭାପତି ମିଟୁ କିଶୋର ପ୍ରଧାନଙ୍କ ନେତ୍ୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ଯବାନଙ୍କ ଉଦ୍ଦେଶ୍ୟରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଡେଲାଙ୍ଗ ପ୍ରାଥମିକ୍ ଶିକ୍ଷକ ସଂଘର ସମ୍ପାଦକ ସୂର୍ଯ୍ୟନାରାୟଣ ସେଠୀ, ପୂର୍ବତନ ସଭାପତି ପ୍ରମୋଦ ମିଶ୍ର, ସହ ଶିକ୍ଷା ଅଧିକାରି ଶରତ ଚନ୍ଦ୍ର ମିଶ୍ର, ଯୁଧିଷ୍ଠିତର ପରିଡା, ଶିକ୍ଷକ ଅଭିମନ୍ୟୁ ପ୍ରଧାନ, ନିରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ମାହରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ମହତାବ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ସହିଦ ଯବାନଙ୍କ ପାଇଁ ମହାମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେହିପରି ବିଭିନ୍ନ ସ୍ୱେଚ୍ଛାସେବୀ, ସଂଗଠନ, ରାଜନୈତିକ ଦଳ ଆଦି ମାନଙ୍କ ପକ୍ଷରୁ ମହମବତୀ ଶୋଭାଯାତ୍ରା, ନୀରବ ପ୍ରାର୍ଥନା, କୁଶପୁତଳିକା ଦାହ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି