ଶ୍ରୀଜଗନ୍ନାଥ ଆଦର୍ଶ ବିଦ୍ୟାପୀଠର ରଜତ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ------- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଡାଙ୍ଗୁରା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଆଦର୍ଶ ବିଦ୍ୟାପୀଠର ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପ୍ରଥମ ଦିବସରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡା, ଓଷ୍ଟା ସହ ସମ୍ପାଦକ ଅନିଲ କୁମାର ସୁବୁଦ୍ଧି, ଗଙ୍ଗାଧର ବରାଳ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ଅତିଥି ମାନେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ସଠିକ ମାର୍ଗରେ ଗ୍ରହଣ କରି ନିଜକୁ ଜଣେ ଭଲ ମଣିଷ ହେବା ସହ ସୁ ନାଗରିକ ହେବା ପାଇଁ ମତ ପ୍ରକାଶ କରିଥିଲେ । ସଂଧ୍ୟା ଅଧିବେଶନରେ ପ୍ରାକ୍ତନ କଂଗ୍ରେସ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଦାୟକ ରମା ରଞ୍ଜନ ବଳିୟାରସିଂହ, ଜାତୀୟ ନାରିକେଳ ବୋର୍ଡର ଉପାଧ୍ୟକ୍ଷ ଡ. ବିଶ୍ୱନାଥ ରଥ, ପୁରୀର ପୂତ ନଗରପାଳ ଜୟନ୍ତ କୁମାର ଷଢ଼ଙ୍ଗୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନଳିନୀ ଲୋଚନ ଦଳାଇ ଯୋଗଦେଇଥିଲେ । ଦ୍ୱିତୀୟ ଦିବସରେ ସଭାରେ “ ସତ୍ୟ ନୀଷ୍ଠା ଶିକ୍ଷା ଦ୍ୱାରାବ୍ୟକ୍ତିତ୍ୱର ବିକାଶ ସମ୍ପର୍କରେ ଆଲେଚନା କରାଯାଇଥିଲା । ଏଥିରେ ପ୍ରଜାପତି ବ୍ରହ୍ମାକୁମାରୀ ବିଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଉପ ନିର୍ଦ୍ଦେଶିକା ରାଜଯୋଗିନୀ ପ୍ରହ୍ମାକୁମାରୀ ପ୍ରତିମା, ଅଧ୍ୟାପକ ଶୁଭେନ୍ଦ୍ରୁ ମହାନ୍ତି, ଅଧ୍ୟାପକ ନୀରଦ ଆର୍ଯ୍ୟ, ଶିକ୍ଷକ ସତ୍ୟବାଦୀ ଦାଶ, ସିଆରସିସି କିଶୋର ଚନ୍ଦ୍ର ନାୟକ ଓ ସୁଦର୍ଶନ ସେନାପତି ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ଉଦ୍ଯାପନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଉମାକାନ୍ତ ସାମନ୍ତରାୟ ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ ଓ ଦ୍ୱୀପ ପ୍ରଜ୍ଜଳନ କରିବା ପରେ ବିଦ୍ୟାଳୟର ପାଚେରୀ ନିର୍ମାଣର ଶିଳାନ୍ୟାସ କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ, ସରପଞ୍ଚ ନିରଞ୍ଜନ ମାହାରୀ, ସାମାଜିକ କର୍ମୀ ସୁରେଶ ସାହୁ, ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ରଜତ ଜୟନ୍ତୀକୁ ଉଦ୍ଯାପିତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି