ଡେଲାଙ୍ଗ ---- ରାଜ୍ୟ ସରକାର ଶେଷ ପିଠା କାର୍ଯ୍ୟକ୍ରମକୁ ୧୦ ଦିନ କରିଛନ୍ତି । ଆଜି ଡେଲାଙ୍ଗ ବ୍ଳକର ପିଠା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅଭୁୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟର ରାଜୀବଗାନ୍ଧୀ ଭବନ ପରିସରରେ ଶେଷ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କେ ବକ୍ତବ୍ୟ ରଖିଥଲେ । ବିଶେଷ କରି ଉକ୍ତ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ସମ୍ପର୍କେ ବିଧାୟକ ଦେଇଥିବା ପ୍ରତିଶ୍ରୁତି ନିଶ୍ୁୟ କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ଯେଉଁ ହିତାଧିକାରୀ ମାନେ ଭର୍ତ୍ତା ମାସକୁ ୩ଣହ ପାଉଥିଲେ ସେମାନେ ଏବେ ୫ଶହ ଯେଉଁମାନେ ମାସକୁ ୫ଶହ ପାଉଥିଲେ ସେମାନେ ୭ଶହ ପାଇବା ପାଇଁ ଆମରପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁ ବନ୍ଦୋବସ୍ଥ କରିଥିବା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା, ସମିତିସଭ୍ୟାଙ୍କ ପ୍ରତିନିଧି ନିରଞ୍ଜନ ଜେନା, ଯୋଗାଣ ବିଭାଗ ଅଧିକାରୀଣି ଲିପିସାରାଣି ରାଉତ, ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଲୋକନାଥ ବେହେରା ଓ ସିଡିପିଓ କାର୍ଯ୍ୟାଳୟର ପରିଦର୍ଶିକା ଶାନ୍ତିଲତା ବାରିକ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କେ ଆଲେକପାତ କରିଥିଲେ । ପିଠା କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଦ୍ୟୁତ ବିଭାଗ ପକ୍ଷରୁ ଉକ୍ତ ପଞ୍ଚାୟତରେ ପ୍ରତି ପରିବାରକୁ ଚାରୋଟି କରି ଏଲଇଡି ବଲ ଯୋଗାଇ ଦିଆଯାଇଛି । ମା ଗଜଲକ୍ଷ୍ମୀ, କୁମାରସ୍ୱର ଦେବ, ଅନନ୍ତ ବାସୁଦେବ, ପ୍ରଗତି ଓ ବଗଳାମୁଖୀ ମହିଳା ଗୋଷ୍ଠୀର ସଦସ୍ୟା ମାନେ ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନୀକୁ ଆଣିଥିଲେ । ଏହି ପିଠା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ ରାଶନ କାର୍ଡ ପ୍ରାୟ ୫୦ଟି ବଣ୍ଟନ କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ଦୁର୍ଯ୍ୟେଧନ ଜେନା ପିଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି