କାଳିଆ ମା ଯୁବ ସାଂସ୍କୃତିକ ପରିଷଦ କ୍ରିକଟେ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗୋରଡା ଗ୍ରାମ ଖେଳ ପଡିଆରେ କାଳିଆ ମା ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ୧୫ ତମ କ୍ରିକେଟ ମ୍ୟାଚ ସୋମବାର ଉଦ୍ଯାପିତ ହୋଇଯାଇଛି । ପୋପରଙ୍ଗା ସହିତ ଡେଲାଙ୍ଗ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଟଚ ଉଇନି କରି ପୋପରଙ୍ଗା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ୧୭୩ ରନ କରିଥିଲେ । ଜବାବରେ ଡେଲାଙ୍ଗ କ୍ରିକେଟ ଦଳ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୫୩ ରନ କରିଥିଲେ । ପ୍ରଭାତ ବରାଳ ଓ ମାନସ ବରାଳ ଖେଳ ପରିଚାଳନା କରିଥିବା ବେଳେ ଚିନ୍ମୟ ବରାଳ ଓ ବିଜୟ ବରାଳ ସ୍ମୋରିଙ୍ଗ କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଭାବେ ଯୋଗ ଦେଇଥିଲେ । ବିଜୟୀ ଦଳକୁ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ୧୧ ହଜାର ଟଙ୍କା ଚମ୍ପିୟାନ କପ ପ୍ରଦାନ କରିବା ବେଳେ ରନ୍ସ ଦଳକୁ ୮ ହଜାର ଓ ରନ୍ସ କପ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରଧାନ ଶିକ୍ଷକ କପିଳେଶ୍ୱର ସାହୁ, ପୂବର୍ତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ପୁତ ସରପଞ୍ଚ ସୁବାସ ଚନ୍ଦ୍ର ଜେନା, ଦେବ ଲୋଭାନ, ଅମୂଲ୍ୟ ଜେନା, ଶରତ ମାଝି, ଶିକ୍ଷକ ଚିତ୍ତ ରଜଂନ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ପରିଷଦ ସଂସାଦକ ପ୍ରଦୀପ ରେଡି, ସଭ୍ୟ ରୁଦ୍ର ପ୍ରସାଦ କର, ମାନସ ବରାଳ, ରୁପକ ସେଠି ପରିଚାଳନାରେ ସହଯୋଗ କରିଥିଲେ । ଅଂଶୁମାନ ଜେନା ପୁରଷ୍କାର ବିତରଣ ଉତ୍ସବରେ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି