ସତ୍ୟବାଦୀରେ ସଡକ ସୁରକ୍ଷା ସପ୍ତାହ ପାଳନ
ସାକ୍ଷୀଗୋପାଳ ---- ଗୁରୁକୁଳ ଆଥେଲେଟିକ୍ସ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସାକ୍ଷୀଗୋପାଳ ମନ୍ଦିର ଠାରୁ ସଡକ ସୁରକ୍ଷା ସପ୍ତାହ ପାଳନ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୁରୀ ଆୟୋଜନ କରାଯାଇଥିବା ବେଳେ ସହାୟତା କରିଥିଲେ ଓଡିଶା ସଡକ ସୁରକ୍ଷା ସମିତି, କଟକ । ଏହି ଅବସରରେ ପିଲାମାନେ ସାଇକେଲରେ ବିଭିନ୍ନ ପ୍ଳାକଡ ଧରି ବଜାର ପରିକ୍ରମା କରି ସତ୍ୟବାଦୀ ଥାନା ଠାରେ ପହଞ୍ଚିଥିଲେ । ନିଶା ସେବନ କରି ଗାଡି ଚଳାନ୍ତୁ ନାହିଁ, ଗାଡି ଚଳାଇବା ବେଳେ ମୋବାଇଲି ବ୍ୟବହାର କରନ୍ତୁ ନାହିଁ, ଚାରି ଚକିଆ ଗାଡି ଚଳାଇଥିଲେ ସିଟ୍ ବେଲଟ ବ୍ୟବହାର କରନ୍ତୁ, ଦୃତ ଗତିରେ ଗାଡି ଚଳାନ୍ତୁ ନାହିଁ ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେମେଟ୍ ବ୍ୟବହାର କରିବା ପାଇଁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ଥାନା କର୍ମଚାରୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି