ସତ୍ୟବାଦୀ ମହୋତ୍ସବର ଶେଷ ସନ୍ଧ୍ୟା; ନୃତ୍ୟ , ସଂଗୀତ ସହିତ ଆତସବାଜି ପ୍ରଦର୍ଶନୀ
ସାକ୍ଷୀଗୋପାଳ ----- ସତ୍ୟବାଦୀ ମହୋତ୍ସବ ୫ମ ବାର୍ଷିକ ଉଦ୍ଯାପିତ ହୋଇଯାଇଛି । ଏହି ମହୋତ୍ସବ ନ କରାଇ ଦେବାପାଇଁ କିଛି ଅସାଧୁ ଲୋକମାନେ ଉଦ୍ଦ୍ୟମ ଜାରି ରଖିଥଲେ ମଧ୍ୟ ସେଥିରେ ସେମାନେ ବିଫଳ ହୋଇଥିବା ସତ୍ୟବାଦୀରେ ଆଲେଚନା ହୋଉଛି । ସତ୍ୟବାଦୀ ମହୋତ୍ସବ ଉଦ୍ଯାପନ ବା ଶେଷ ସଂଧ୍ୟାରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନୀ କରାଯାଇଥିଲା । କଳା ସସ୍କୃତି, ଶିକ୍ଷାର ଗନ୍ତାଘର ସତ୍ୟବାଦୀ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଠି ପଞ୍ଚସଖା ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅହରହ ଉଦ୍ୟମ କରିଥିଲେ । ଏହାକୁ ନଜର କରି ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଯାଇଛି । ଏହି କଳା ସଂସ୍କୃତି ବଞ୍ଚେଇ ରଖିବା ପାଇଁ ସତ୍ୟବାଦୀ ମହୋତ୍ସବ ଚେଷ୍ଟା ଉଦ୍ଦ୍ୟମ ଜାରି ରଖିଛି । ଯୋଗଦେଇଥିବା ଅତିଥି ମାନେ ତିନିଦିନ ଧରି ଆୟୋଜନ କରିଥିବା ଅନୁଷ୍ଠାନକୁ ସାଧୁବାଦ ଜଣାଇବା ସହ ସ୍ୱାଗତ କରିଥିଲେ । ରବିବାର ଥିଲା ସତ୍ୟବାଦୀ ମହୋତ୍ସବ ଶେଷ ସନ୍ଧ୍ୟା । ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ପକ୍ଷରୁ କେଳୁ ଚରଣ ସମ୍ମାନରେ ସମ୍ମାନିତ ତଥା ଓଡିଶୀ , ନୃତ୍ୟୁଓ ମାଦ୍ଦଳ ବାଦ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ସତ୍ୟବାଦୀ ମହୋତ୍ସବ କମିଟି ଓ ସୁରେନ୍ଦ୍ର ସ୍ମୃତି ତରଫରୁ ସମ୍ବଦ୍ଧିତ କରାଯିବା ସହ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ସତ୍ୟବାଦୀର ବିଭିନ୍ନ ଗଣପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ,ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଳଭ ମିଶ୍ର, ସଂଯୋଜକ ଦୀପକ କୁମାର ଶତପଥୀ, ସମ୍ପାଦକ ଜାନକୀ ବଲ୍ଳଭ ବରାଳ , ଉପଦେଷ୍ଠା ଦୀଲିପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦ୍ଯାପିତ କରିଥିଲେ । ଶେଷ ସନ୍ଧ୍ୟାର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ସାକ୍ଷୀଗୋପାଳସ୍ଥିତ ପଟ୍ଟନାୟକିଆ ରୋଜାଲିନ ନୃତ୍ୟୁକଳା ଏକାଡେମୀ ପକ୍ଷରୁ ଓଡିଶୀ ଓ ସମ୍ଭଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପରିବେଷଣ କରିବା ସମୟରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁଥିଲା । ସେହିପରି ସରୋଜିନି ନୃତ୍ୟୁ ଅନୁଷ୍ଠାନ ସାକ୍ଷୀଗୋପାଳ ପକ୍ଷରୁ ଆଧୁନିକ ନୃତ୍ୟୁ ପରିବେଷଣ କରାଯାଇଥିଲା । ବିଶିଷ୍ଟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ନୃତ୍ୟୁ ସଂଗୀତ ଭରା ନାଇଟ ସୋ ଦେଖିବାକୁ ଦର୍ଶକ ମାନଙ୍କ ଭିଡ ଲାଗିଥିଲା । ବିଶ୍ୱଜିତି ମହାପାତ୍ର, ପ୍ରଶାନ୍ତ ବାରିକ, ପ୍ରାଚୁର୍ଯ୍ୟ ହୋତା, ଭବାନୀ ଶଙ୍କର ନନ୍ଦ, ରମା ବଲ୍ଳଭ ବରାଳ, ଭଗବାନ ବେହେରା, ବିଶଭୂଷଣ ପଟ୍ଟନାୟକ , ପିୟ ରଞ୍ଜନ ଓ ବିଶ୍ୱନାଥ ପ୍ରଧାନଙ୍କ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଆଇନଜୀବି ଅଞ୍ଜନ କୁମାର ହୋତା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ପଞ୍ଚସଖା ପଡିଆ ଜନଗହଳି ଲାଗି ରହିଥିଲା । ଶେଷ ସଂଧ୍ୟାରେ ପଡିଆ ପରିସରରେ ଆତସବାଜି ପ୍ରଦର୍ଶନୀ ବେଶ ଆକର୍ଷଣୀୟ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି