ପିପିଲି ---- ପିପିଲି ବ୍ଳକର ତେଇଶିପୁର ଗ୍ରାମ ପଞ୍ଚାୟତର ନୂଆଗୋଡି ଗ୍ରାମ ପଡିଆରେ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ସମ୍ପର୍କ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ କୃଷି, ଉଦ୍ୟାନ, ମତ୍ସ୍ୟ ଓ ଗୋସମ୍ପଦ ଆଦି ବିଭାଗରେ ବ୍ନକର ବିଭିନ୍ନ ପଞ୍ଚାୟତର ୧୧ ଜଣ ସଫଳ ଛାଷୀଙ୍କୁ ଅତିଥି ମାନେ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବଦ୍ଦିତ କରିଥିଲେ । ଓଡିଶା ଏବେ କୃଷି ପାଇଁ ସମଗ୍ର ଭାରତ ବର୍ଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସେଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ କୃଷି କର୍ମଣ ପୁରଷ୍କାର ପାଇ ସାରିଛି ବୋଲି ବିଧାୟକ ଶ୍ରୀ ମହାରଥୀ କହିଥିଲେ । ମୁଖ୍ୟବକ୍ତା ଭାବେ କୃଷି ଉପନିର୍ଦ୍ଦେଶକ ଏସ. ଚନ୍ଦ୍ର ଶେଖର ରାଓ ଯୋଗଦେଇ କୃଷିର ଉନ୍ନତି ହେଲେ ରାଜ୍ୟ ବା ଦେଶର ଉନ୍ନତି ହୋଇ ପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପିପିିଲି ବ୍ଳକର ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ସମବାୟ ବିତ୍ତ ବୈରାଗୀ ଜେନା, ଜିଲ୍ଲା କୃଷି ଅଧିକାରୀ ଅଜୟ ବେହେରା, ପିପିଲି ବ୍ଳକ ଦାୟତ୍ୱରେ ଥିବା କୃଷି ଅଧିକାରୀ ରାକେଶ କୁମାର ରାଉତ, ସ୍ଥାନୀୟ ସରପଞ୍ଚନରେନ୍ଦ୍ର ଦାଶ, ଜିଲ୍ଲାପରିଷଦ ସଭ୍ୟା ରାଧାମଣି ପ୍ରଧାନ, ମହିଳା ନେତ୍ରୀ ଉମାମଣି ରଥ, ପୂର୍ବତନ ଜିଲ୍ଲା ପରିଷଦ ସଙ୍ୟ କିଶୋର ଛୋଟରାୟ, ଯୁବ ବିଜେଡି ସଭାପତି ମନୋଜ ଦାଶ, ସାମାଜିକକର୍ମୀ ଆର୍ତ୍ତବନ୍ଧୁ ସାମନ୍ତରାୟ, ପ୍ରକାଶ କୁମାର ଧଳ, ଆଇନଜୀବି ଶ୍ରୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ପିପିଲି ବ୍ଳକର ଆତ୍ମାର ସଭାପତି ତତା ତେଇଶିପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଧରଣୀଧର ସାହୁ ଅନୁଷ୍ଠିତ ପିଠା ଓ କୃଷକ ସମ୍ପର୍କ ମେଳା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେହିପରି ସେଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ପିଠା ପ୍ରଦର୍ଶନୀ ସହିତ ୨୫୦ଟି ପରିବାରଙ୍କୁ ଏଲଇଡି ବଲ ପ୍ରଦାନ କରାଯାଇଥିଲା । ଦୁଇଟି ମହିଳା ଗୋଷ୍ଠୀଙ୍କୁ ବିନାସୁଧରେ ୫୦ ହଜାର ଟଙ୍କା ସମବାୟ ବ୍ୟାଙ୍କ ମାଧ୍ୟମରେ କୃଷି ଋଣ ପ୍ରଦାନ,୧ଶହ ମହିଳା ଗୋଷ୍ଠୀଙ୍କୁ ମାଗଣାରେ ପନି ପରିବା ଚାଷ ପାଇଁ ପିଠା କାର୍ଯ୍ୟକ୍ରମରେ ବିହନ କିଟ ପ୍ରଦାନ କରାଯାଇଥିଲା । ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ପାନୀୟ ଜଳ ଟାଙ୍କି ବିଧାୟକ ଉଦ୍ଘାଟନ କରିଥିଲେ । ଯାହା ଫଳରେକି ପ୍ରାୟ ୨ହଜାର ଲୋକ ଉପକୃତ ହୋଇ ପାରିବେ ବୋଲି ଜଣାପଡିଛି ।
ପିପିଲିରୁ ବିଜୟ ମହାପାତ୍ର