ପିଠା ଦୁତୀୟ ପର୍ଯ୍ୟାୟରେ ପୁରଷ୍କୃତ ହୋଇଥିବା ପଞ୍ଚାୟତ
ସାକ୍ଷୀଗୋପାଳ---- ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କେ ପ୍ରସାର ଓ ପ୍ରଚାର କରିବା ସହ ପଞ୍ଚାୟତରେ ଅଭିଯୋଗ ଗ୍ରହଣ କରିବା ସହ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପିଠା କାର୍ଯ୍ୟକ୍ରମ କରାଯାଇଥିଲା । ଦୁତୀୟ ପର୍ଯ୍ୟାୟରେ ପୁରୀ ଜିଲ୍ବା ଅସ୍ତରଙ୍ଗ ବ୍ଳକର ପଟାଲଡା, ବ୍ରହ୍ମଗିରି ବ୍ଳକର ରାଧାମଲ୍ଲ, ଡେଲାଙ୍ଗର ଜେନାପୁର, ଗୋପର ବୁଲଙ୍ଗା, କାକଟପୁର ବ୍ଳକର ପଟାସୁନ୍ଦରପୁର,କୃର୍ଷ୍ଣପ୍ରସାଦ ବ୍ଳକର ବଡଅଁଳା, ନିମାପଡା ବ୍ଳକର ଧେନୁ, ପିପିଲି ବ୍ଳକର କଣ୍ଟି, ପୁରୀ ସଦର ଭାଲିପୁର ଓ ସତ୍ୟବାଦୀ ବ୍ଳକର ବଳରାମପୁରଗଡ ପଞ୍ଚାୟତ ଦୁତୀୟ ପିଠା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ୫ଲକ୍ଷ ଟଙ୍କା ପୁରଷ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଓଡିଶା ସରକାର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପତ୍ରନଂ ୨୮୧୭ ତା ୭/୨/୧୯ ରିଖରେ ଜଣାପଡିଛି ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି